oom

ଭାଲୁମୁଣ୍ଡା ଗାଁରେ ୩୨ ପ୍ରହର ନାମଯଜ୍ଞ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୧୦ ତାରିଖ ଦିନ ସ୍ଥାନୀୟ ବଡ଼ବନ୍ଧ ପୋଖରୀରୁ ବିରାଟ ଶୋଭାଯାତ୍ରାରେ ବାହାରି ୩୫୧ କଳସ ଆଣି ନାମଯଜ୍ଞ ସ୍ଥାନରେ ସ୍ଥାପିତ କରାଯାଇଛି । ଏଥିରେ କର୍ତ୍ତା ଭାବେ ନରେଶ ମେହେର ଓ ତାଙ୍କ ସହ ଧର୍ମିଣୀ କୁସ୍ନା ମେହେର ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଭାବେ ଦାମୋଦର ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅଞ୍ଚଳର ୧୬ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ପ୍ରଭୁ ନାମ ଗାନ କରିଥିଲେ । ଏହି ନାମଯଜ୍ଞରେ ଅଞ୍ଚଳର ବିଭିନ୍ନ ଜନପ୍ରତିନିଧି ଓ ରାଜନୈତିକ ବ୍ୟକ୍ତି ମାନେ ଆସି ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ନାମଯଜ୍ଞ ଉପଲକ୍ଷେ ମିନାବଜାର, ଡ୍ରାଗନ ସହ ମେଳା ଲାଗିଥିବାରୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଭାଲୁମୁଣ୍ଡା ଗାଁରେ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆୟୋଜକ କମିଟିର ସଭାପତି ଡ଼ମ୍ବରୁ ଧର ମେହେର, ଉପସଭାପତି ତୁଲାରାମ ମେହେର, ସମ୍ପାଦକ ରଘୁନାଥ ମେହେର, ସହ ସମ୍ପାଦକ ହେମନ୍ତ ମେହେର, କୋଷାଧ୍ୟକ୍ଷ ଝସକେତନ ମେହେର, ରିଙ୍କୁ ମେହେର, ବିନୋଦ ମେହେର, କୂଳଦୀପ ସାହୁ, ହିରାଲଲ ମେହେର, ପର୍ଶୁରାମ ମେହେର, କମଳ ମେହେର, ପ୍ରଶାନ୍ତ ମେହେର, ନୀଳ ମେହେର, ପୁସ୍ତମ ମେହେର ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.