oom

ଗଁରେଇ ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ସଦର ମହକୁମାଠାରେ ଶୁକ୍ରବାର ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅଧିବାସ ଦିନ ଖଲିଆ ବନ୍ଧରୁ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଶୁକ୍ରବାର ନାମାରମ୍ଭ ହୋଇଥିବା ବେଳେ ଶନିବାର ପୂର୍ଣ୍ଣାହୁତି ହେବା ପାଇଁ ସ୍ଥିର ହୋଇଛି । ଅଷ୍ଟ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ କମ୍ବୁଧର ଛୁରା ଓ ତାଙ୍କ ଧର୍ମପତ୍ନୀ ଶ୍ୟାମଲତା ଛୁରା, ପୂଜକ ରୂପେ ପୀତାମ୍ବର ପଣ୍ଡା, ଜପକ ଘନଶ୍ୟାମ ପଣ୍ଡା , ପାଚକ ସନତ ପଣ୍ଡା କାର୍ଯ୍ୟ ନିର୍ବାହ କରୁଛନ୍ତି । ବୈଷ୍ଣବ ସାମନ୍ତ ଟାକ୍ରୀ, ଧନସିଂ ଛୁରା, ସୁରେନ୍ଦ୍ର ଛୁରା, ହରିବନ୍ଧୁ ଛୁରା, ତପି ସାହୁ ଓ ସାମନ୍ତ ଛୁରା ଦାୟିତ୍ଵ ନିର୍ବାହ କରିଥିଲେ । ଅଷ୍ଟ ପ୍ରହରୀ ନାମଯଜ୍ଞରେ ପୁତୁଳି ଝିଅ ସଂକୀର୍ତ୍ତନ୍ୟ ଦଳ, କୁରେସର ସଂକୀର୍ତ୍ତନ ଦଳ, ବଡ ମହେଶ୍ୱର ଝିଅ ସଂକୀର୍ତ୍ତନ ଦଳ, ବିମଳା ସଂକୀର୍ତ୍ତନ ଦଳ କଳାହାଣ୍ଡି, ନେହେନା ସଂକୀର୍ତ୍ତନ ଦଳ ଓ ଦାବରୀ ସଂକୀର୍ତ୍ତନ ଦଳ ଯୋଗଦେଇ ନାମ ପରିବେଷଣ କରିଥିଲେ । ଏହି ନାମଯଜ୍ଞରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ପ୍ରତିନିଧି ପୁରୁନ ବାଗ, ଗଁରେଇ ସରପଞ୍ଚ ସବିତା ବିଭାର, ଗରଗଡ଼ବାହାଲ ସରପଞ୍ଚ ପ୍ରତିନିଧି ଉମାକାନ୍ତ ସୁନା, ଗଁରେଇ ସମିତି ସଭ୍ୟ ପ୍ରତିନିଧି ଲକ୍ଷ୍ମୀ ତାଣ୍ଡି, ଡୋଲାମଣୀ ଛୁରା, ପ୍ରମୋଦ ଛୁରା, ଦୀପକ ଛୁରା, ଚନ୍ଦ୍ର ଛୁରା, ରାଜକୁମାର ଛୁରା, ବିରଞ୍ଚି ଛୁରା, ରୋହିଦାସ ଛୁରା, ଭଜରାମ ଟାକ୍ରୀ, ତ୍ରିନାଥ ବାଗ, ରଂଜିତ ଛୁରା, ବିଶେକ ସୁନା, ଝାକର ଭୋଇ, ତାରାଚନ ଜାଣି, କାନ୍ଥ ଯାନୀ ଓ ଇଲେକ୍ଟ୍ରି କାମରେ ସହଯୋଗ କରିଥିଲେ । ବିଶେକ ସୁନା, ଝଜ ତାଣ୍ଡିଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ ଓ ଗଁରେଇ ଗ୍ରାମର ସମସ୍ତ ଗଣ୍ଡା ସମାଜର ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.