centurian jitm

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୁମେଣ୍ଟ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଆନୁଷ୍ଠାନିକ ପ୍ରତିଷ୍ଠାତା, ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈଧୁରୀ, ଡଃ ଅରୁଣ କୁମାର ପାଣି , ସୈଦାମିନି ଦାସ, ହୃଦାନନ୍ଦ ସାମଲ, ଅକ୍ଷୟ ନାୟକ, ଏବଂ ବିଜୟ ପ୍ରସାଦ ଉଲ୍ଲାକା ସସ୍ମିତା ସାହୁ, ଜୟଶ୍ରୀ ମୁଦ୍ରାଙ୍କ ସହଭାଗିତା ଖୁବ ସୁନ୍ଦର ଭାବରେ ଆୟୋଜିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଭୁବନେଶ୍ୱର ( ମଧ୍ୟ ବିଧାୟକ ଅନନ୍ତ କୁମାର ଜେନା ) ଏକାମ୍ର ଅଞ୍ଚଳର ବିଧାୟକ ବାବୁ ସିଂ, ଅର୍ଜୁନ ପୁରସ୍କାର ପ୍ରାପ୍ତ, ମିନତି ମହାପାତ୍ର , ସମାଜ ସେବୀ ବନ୍ଦନା ମହାପାତ୍ର ଏବଂ ହାପି ମୁମେଣ୍ଟର ରାଜ୍ୟ ପ୍ରମୁଖ ତଥା ବରିଷ୍ଠ ସମାଜ ସେବୀ ଶେଧେର ପଣ୍ଡା ଯୋଗଦାନ କରି ବିକଶତ ଭାରତ ବର୍ଷର ଗଠନରେ ନାଗରିକଙ୍କ କର୍ତ୍ତବ୍ୟ କର୍ତ୍ତବ୍ୟବୋଧ ତା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ମଧ୍ୟରେ ମୂଖ୍ୟ ଆକର୍ଶିଷଣୀୟ ଶିଶୁ କଳାକାର ମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ, ପରିବେଷଣ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ସ୍ନେହା ମିଶ୍ର, ବିତ୍ୱନାଥ ଶବର, କଳ୍ପନା ମହାପାତ୍ର, ଅରୁଣ ପାଣି , ସୁଭଦ୍ରା ପ୍ରଧାନ ବନବିଭାଗ ବନରକ୍ଷୀ କୁନି କୁସୁଲିଆ, ଧନେଶ୍ଵରୀ ପାତ୍ର, ଚନ୍ଦା ଚରଣ ପାଣିଗ୍ରାହୀ, ପ୍ରଭାତ ଏଞ୍ଜିୟର ସେକେରେଟାରି ଡଃ ସୁରେଶ କୁମାର ମିଶ୍ର , ପ୍ରଣୟ ସ୍ୱାଇଁ , ପାର୍ଥ ରାଉତ, ଗତାଞ୍ଜଳି ମହାପାତ୍ର, ଲଳିତେନ୍ଦୁ, ରବିନ୍ଦ୍ର ମହାପାତ୍ର , ତନୁଜା ସତପଥି, କବିତା ପାତ୍ର, ନିଜରା ପ୍ରତିଭା ପ୍ରତିପାଦନ କରିଥିଲେ । କାର୍ଯ୍ୟ କ୍ରମର ଦ୍ୱିତୀୟ ଓ ଶେଷ ପର୍ଯ୍ୟାୟରେ ଓଡ଼ିଶାର ୨୪ ଜିଲ୍ଲା ର ୧୨୮ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ମାନପତ୍ର ଉତ୍ତରୀୟ ଏବଂ ଟ୍ରଫି ଦେଇ ଏକାମ୍ର ପ୍ରତିଭା ସମ୍ମାନରେ ସମ୍ମାନୀତ କରିବା ସହ ଓଡ଼ିଶ ଜାତି ଗର୍ବ ଓ ଗୌରବ ରଖିବା ପାଇଁ ଶପଥ ବଧ କରାଯାଇଥିଲା । ଉଭୟ ବିଧାୟକ ଏବଂ ଅନ୍ୟ ଅତିଥି ଗଣ ହାପି ମୁମେଣ୍ଟର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଓ ନିଜେ ଆନନ୍ଦରେ ରହିବା ଏବଂ ସମାଜରେ ଆନନ୍ଦ ବିସ୍ତାର କରିବା ମୂଳ ଲକ୍ଷ ନେଇ କାମ କରୁଥିବା ଅନୁଷ୍ଠାନହାପି ମୁମେଣ୍ଟ ଇଣ୍ଡିଆର ଆବଳା ବୃଦ୍ଧ, ବୃଦ୍ଧା ବନିତାଙ୍କର ମୂଖ୍ୟ ସ୍ଥାନ ସୃଷ୍ଟି କରିପାରିଛି । ଏହି କାର୍ଯ୍ୟକ୍ରମରେ ନମ୍ରତା ମହାନ୍ତି, ସଂଯୋଜନା କରିଥିଲାବେଳେ ଦକ୍ଷିଣ ଓଡିଶାର ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈଧୁରୀ, ସହାୟକ ଭାବରେ କାର୍ଯ୍ୟରତ ଥିଲେ । ଶେଷରେ ସମସ୍ତେ ମିଶି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଶେଷରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.