ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ : ସେବା ନିବୃତ୍ତ ବିକାଶ ମଞ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ସମ୍ବର୍ଦ୍ଧିତ କରିଛନ୍ତି । ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ସମାଜରେ ବରିଷ୍ଠମାନଙ୍କର ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ସ୍ୱରୂପ ବିଭିନ୍ନ ଦେଶରେ ଏବଂ ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରୋତ୍ସାହନ ଯୋଜନା ପ୍ରଣୟନ କରି ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଚେଷ୍ଟା କରୁଛନ୍ତି । ସମ୍ପ୍ରତି ପରିବାରରେ ଏବଂ ସମାଜରେ ବରିଷ୍ଠମାନେ ବିଭିନ୍ନ କାରଣରୁ ଅବହେଳିତ ହେବାରେ ଅନେକ ଉଦାହରଣ ଅଛି । ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ, ବ୍ଲକ ସ୍ତରରେ ଭତ୍ତା ଗ୍ରହଣ ସମୟରେ, ପୋଷ୍ଟ ଅଫିସ, ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ ସମୟରେ, ବରିଷ୍ଠମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଏବଂ ବସ ଓ ଟ୍ରେନରେ ରିହାତି ପ୍ରଦାନର ବ୍ୟବସ୍ଥା କରିବା ପ୍ରଭୃତି ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ବ୍ୟାଙ୍କ, ପୋଷ୍ଟ ଅଫିସରେ, ବସ ଓ ରେଳ ଟିକେଟ କାଟିବା ପାଇଁ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଗଲେ ବରିଷ୍ଠମାନେ ଉପକୃତ ହୋଇପାରନ୍ତେ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଉପରୋକ୍ତ ସମସ୍ୟା ଗୁଡ଼ିଜ ସମାଧାନ ହୋଇ ପାରିବ ବୋଲି ଓଡିଶା ସେବାନିବୃତ୍ତ ବିକାଶ ମଞ୍ଚର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗଞ୍ଜାମ ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ଦଳାଇ, ଉପସଭାପତି ସୁବାଷ ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ମିହିର କୁମାର ମହାପାତ୍ର, ଶିକ୍ଷକ ନେତା ପୀତବାସ ମହାପାତ୍ର, ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା ଏବଂ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ କାମରାଜୁ ମହାରଣା ପ୍ରମୁଖ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.