ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ଏକ ବୈଠକ ସ୍ଥାନୀୟ ମାଲପଡା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ କମିଟିର ପୂର୍ବତନ ସଭାପତି କବିରାଜ ଦଶରଥ ମିଶ୍ରଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଲୋକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ସ୍ଥିରିକୃତ ହୋଇଥିଲା । ଅନ୍ୟ ଏକ ପ୍ରସ୍ତାବ କ୍ରମେ ପରିମଳର ସ୍ୱଚ୍ଛତା ପାଇଁ ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଥିଲା । ପଡାରେ ମଶାର ପ୍ରାଦ୍ୟୁତ ବୃଦ୍ଧି ପାଉଥିବାରୁ ଲୋକେ ନାନା ରୋଗରେ ପୀଡିତ ହେଉଛନ୍ତି । ଏଣୁ ନାଳ ନର୍ଦ୍ଦମାରେ ମଶାତେଲ ଆଦି ପକାଯିବାକୁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶେଷରେ ନାଗରିକ କମିଟିର ଏକ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ସଭାପତି ଭାବରେ ଗୋପବନ୍ଧୁ ପୁରୋହିତ, ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ବାସୁଦେବ ନାଗ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୟାସାଗର ବଗର୍ତ୍ତି, ଆକୁଳ ବେହେରା, ନିମେଇ ଚରଣ ଦାଶ, ନାରାୟଣ ମିଶ୍ର, ଦିବାକର ହୋତା, ଦେବଜ୍ୟୋତି ଯୋଷୀ, କାଉନସିଲର ମହେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post