
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତର ଅନେକ ବରିଷ୍ଠ ନାଗରିକମାନଙ୍କୁ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ପକ୍ଷରୁ ସଭାପତି ସବିତା ନନ୍ଦଙ୍କ ସହଯୋଗରେ ସୀମାରାଣୀ ଗଡତ୍ୟା ଓ ସୀମନ୍ତିନି କାଲସାଏଙ୍କ ଉପସ୍ଥିତିରେ ୧୫ଜଣ ବରିଷ୍ଠ ନାଗରିକଙ୍କୁ ହ୍ୱିଲ ଚେୟାର, ଆଶାବାଡି, ଅଣ୍ଟା ବେଲ୍ଟ, ଆଣ୍ଠୁ ବେଲ୍ଟ ଓ ରୁଲର ବଣ୍ଟନ କରାଯାଇଥିଲା । ଏପରି ସାହାଯ୍ୟ ସହଯୋଗ କରିବାରେ ବଲାଙ୍ଗିର ଜିଲ୍ଲାର ମହିଳା ସଂଗଠନ ଆଜିକୁ ୨୫ ଥର ଅନେକ ଗ୍ରାମାଂଚଳର ଅଭାବ ଅସୁବିଧାରେ ଥିବା ବରିଷ୍ଠ ନାଗରିକ ଓ ବିକଳାଙ୍ଗ ସହିତ କୁଷ୍ଠ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇ ଆସୁଛନ୍ତି । ତେଣୁ କରି ବଲାଙ୍ଗିର ଜିଲ୍ଲାର ଅନେକ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ମଧ୍ୟରେ ଏକ ସହାୟକ ସଂଗଠନ ବୋଲି ଜିଲ୍ଲାରେ ଅନେକ ଲୋକ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଆଉ କେହି ବ୍ୟକ୍ତି ଏପରି ଅସୁବିଧାରେ ନ ରହୁନ୍ତୁ ବୋଲି ସଂଗଠନର ସଭାପତି ସଦା ସର୍ବଦା ଚେଷ୍ଟିତ ଅଛନ୍ତି ।