୬ ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଜଗଦଳପୁର ଗ୍ରାମର ସିଦ୍ଧାର୍ଥ ବଳବନ୍ତରାୟଙ୍କ ଘରୁ ୬ଫୁଟ ଲମ୍ବର ଏକ ବିରାଟ ନାଗ ସାପ ଉଦ୍ଧାର କରାଯାଇଛି । ତାଙ୍କ ଘର ଭିତରେ ଏକ ନାଗ ସାପ ରହିଥିବା ଦେଖି ପରିବାର ଲୋକେ ଭୟଭିତ ହୋଇ ପଡିଥିଲେ । ସିଦ୍ଧାର୍ଥ ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପଲାଇନ ଜଣାଇଥିଲେ । ଖବର ପାଇ ତୁରନ୍ତ ବେରବୋଇ ଉଦୟପୁର ଗ୍ରାମର ସ୍ନେକହେଲ୍ପ ଲାଇନର ସଦସ୍ୟ ପ୍ରହଲ୍ଲାଦ ପ୍ରଧାନ ସାପଟିକୁ ଉଦ୍ଧାର ନିକଟସ୍ଥ ସାମାଜିକ ବନପ୍ରକଳ୍ପ ଜଙ୍ଗଲରେ ଛାଡି ଦେଇଥିଲେ ।

Leave A Reply

Your email address will not be published.