ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା : ଅନ୍ଧବିଶ୍ୱାସ ଠାରୁ ଦୂର ରହନ୍ତୁ ଚିକିତ୍ସାଳୟ ଯାଇ ଚିକିତ୍ସା କରନ୍ତୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକନାଥ ମନ୍ଦିର ମାଁ ମାନସା ଦେବୀ ମନ୍ଦିରରେ ଶ୍ରାବଣ ମାସର ତୃତୀୟ ପାଳିରେ ନାଗ ପଂଚମୀ ପୂଜା ପାଇଁ ମନ୍ଦିରରେ ଭକ୍ତଙ୍କର ସୁଅ ଛୁଟିଥିଲା । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମନ୍ଦିରରେ ବେଶ୍‌ ଭିଡ ଜମିଥିଲା । ନାଗ ଦର୍ଶନରେ ବହୁତ ଲୋକଙ୍କ ଜିବନ ଚାଲିଯାଉଥିବା ବେଳେ ବର୍ଷା ମାସରେ ଗାଁ ଠାରୁ ସହର ମଧ୍ୟରେ ସର୍ପ ଦଂଶନରେ ନିରିିହ ଜିବନ ହାନି ଘଟୁଛି । ଅନେକ ଲୋକ ମଧ୍ୟ ସର୍ପ ଦଂଶନ ଶିକାର ହେଉଛନ୍ତି । ଏଭଳି ସ୍ଥିତିରେ ଅନେକ ଲୋକ ଗୁଣି ଗାରିଡି କରି ସର୍ପ ଦଂଶନର ଚିକିତ୍ସା କରୁଛନ୍ତି । ଏଭଳି ଅନ୍ଧ ବିଶ୍ୱାସ ଉପରେ ବିଶ୍ୱାସ ନ କରି ସର୍ପ ଦଂଶନ କଲେ ଚିକିତ୍ସା ପାଇଁ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି । ସାପ କାମୁଡିବା ଜାଣିବା ପରେ ତୁରନ୍ତ ନିକଟସ୍ଥ ହସ୍‌ପିଟାଲକୁ ଯାଇ ଚିକିତ୍ସା କରିବା ଓ ଲୋକଙ୍କୁ ଅନୁରୋଧ କରିଛନ୍ତି । ଲୋକନାଥ ମନ୍ଦିର ପୂଜକ ଥନାପତି ପୂଜା ଅର୍ଚ୍ଚନା କରିଥିଲେ ଓ ବାଳମୁକୁନ୍ଦ ଥନାପତି କରିଥିଲେ । ଏଥିରେ ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ଦେବାଳୟ ସୁରକ୍ଷା କମିଟି ଅଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ସୁଧିର ମିଶ୍ର, ଶମ୍ଭୁ ଶତପଥି, ପ୍ରଶାନ୍ତ ମହାକୁର, ନରେନ୍ଦ୍ର କବାଟ ଓ ମନରଂଜନ ପୁରୋହିତ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.