oum

ବାଇକ୍‌ ଭିତରେ ଥିଲା ନାଗ, ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା

jsm

ଯାଜପୁର : ବାଇକ ଭିତରେ ଥିଲା ନାଗ । ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗ ଗାଁର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ଦେବେନ୍ଦ୍ର କାମରେ ଯିବା ପାଇଁ ଘରୁ ବାଇକ୍‌ ବାହାର କରି ସିଟ୍ ପୋଛିଥିଲେ । ପରେ ଗାଡ଼ିର ଭାଇଜରକୁ ସଫା କରିବା ବେଳେ ସାପର ଲାଞ୍ଚ ଦେଖି ଚମକି ଯାଇଥିଲେ । ତୁରନ୍ତ ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେବାରୁ ସ୍ନେକ ହେଲପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ଓ ଚିତ୍ତରଞ୍ଜନ ପଣ୍ଡା ପହଞ୍ଚି ନାଗ ରାଜକୁ ଉଦ୍ଧାର କରିଥିଲେ । ସାପଟି ବାଇକର୍ ଲାଇଟ୍ ଓ ଭାଇଜର ମଝିରେ ଥିବା ଖାଲି ଜାଗାରେ ପଶି ରହି ଯାଇଥିଲା ବୋଲି କୁହାଯାଇଛି ।

Leave A Reply

Your email address will not be published.