ଗାଧୋଇବା ସମୟରେ ନଦୀରେ ବୁଡ଼ି ଗଲେ ଦୁଇ ସାଙ୍ଗ, ଜଣେ ନିଖୋଜ

ଯାଜପୁର : ବ୍ରାହ୍ମଣୀ ନଦୀରେ ଗାଧୋଇବା ସମୟରେ ବୁଡ଼ି ଗଲେ ଦୁଇ ସାଙ୍ଗ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ନିଖୋଜ ଥିବା ଯୁବକ ଜଣକ ହେଲେ ସେକ୍ସ୍ ଜ୍ଜାଲ୍ ମହମ୍ମଦ(୧୭) । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ଚାନ୍ଦପୁର ଗ୍ରାମର ସେକ୍ସ୍ ଜ୍ଲାଲ୍ ମହମ୍ମଦ ଓ ସାଦ୍ ଖାନ୍ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଇବା ବେଳେ ଗଭୀର ସ୍ରୋତରେ ଉଭୟ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସାଦ ଖାନଙ୍କୁ ଉଦ୍ଧାର କରିଥିଲା । ନିଖୋଜ ସେକସ ଜ୍ଜାଲ ମହମ୍ମଦଙ୍କୁ ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରୁଛନ୍ତି ।

Leave A Reply

Your email address will not be published.