oum

ତହଁକ୍ କୁଟୁମ୍ ତରଫରୁ ନୂଆଁଖାଇ ମହୋତ୍ସବ ପାଳିତ : ନାଚ୍‌ଗୀତ୍‌ ଥି ଗର୍‌ଜିଲା ମଚାନ୍

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ତହଁକ୍ କୁଟୁମ୍ ତରଫରୁ ନୂଆଁଖାଇ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଗ୍ରାମବାସୀ ନିଜ ନିଜ ଘର ଆଗରେ କଳସ ବସାଇ କବି କଲାକାର ମାନଙ୍କୁ ସ୍ଵାଗତ କରିଥିଲେ । ଏହି ନିଆରା ପରମ୍ପରା ଗାଁରେ ତିଆରି କରିଥିଲା ଭାଇଚାରାର ମାହୋଲ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନିହାରରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ଶେଷଦେବ ଖମାରୀ, ପିତାମ୍ବର ବରିହା, ତରୁଣ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ନିରଞ୍ଜନ ପଣ୍ଡା, କଲାକାର ଅତିଥି ବ୍ୟାସଦେବ ପୁରୋହିତ ମଞ୍ଚାସୀନ ଥିଲେ । ଦିଲୀପ ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ତହଁକ୍ ସାହିତ୍ୟ ସମ୍ମାନ ଆନନ୍ଦ ଚନ୍ଦ୍ର ସାହୁଙ୍କୁ, ଲୋକକଳା ସମ୍ମାନ ଶାଶ୍ଵତ ତ୍ରିପାଠୀଙ୍କୁ, ଯୁବ ପ୍ରତିଭା ସମ୍ମାନ ଜଗନ୍ନାଥ ସାହୁଙ୍କୁ ଏବଂ ଅନୁଷ୍ଠାନ ସମ୍ମାନ ଓସାକା ହାଇଦ୍ରାବାଦକୁ ପ୍ରଦାନ କରାଯାଇଥିଲା । ତାଲଜୁରି ଗାଁରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ କରିଥିବାରୁ ଗାଁ କମିଟିକୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜୀବ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ଏହି ବୈଠକରେ ଗୋପୀନାଥ ଦଣ୍ଡସେନା, ରାମପ୍ରସାଦ ବାଗ, ଅତିଥି ଭାବରେ ମଞ୍ଚାସୀନ ଥିଲେ ଏହି ଅବସରରେ କବିତା, ଗୀତ, ନାଚ ଏବଂ ଲୋକ କଲାକାର ମାନେ ମଞ୍ଚକୁ ଦୁଲୁକେଇ ଦେଇଥିଲେ । ଏହାକୁ ରୁକ୍ମଣ ବିଶ୍ବାଲ, ପ୍ରଭାସିନି ଭୋଇ, ଭରତ ନାଏକ ଏବଂ ଆଲ୍ଲାଦିନୀ ପାଣିଗ୍ରାହୀ ଦାସ ସଂଯୋଜନା କରିଥିଲେ । ଶେଷରେ କୁମରମଣି ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.