oom

ଛତ୍ରପୁର ଏନ୍‌ଏସି ମ୍ୟୁନିସିପାଲିଟିରେ ପରିଣତ ହେବ

jsmm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅବା ଏନ୍‌ଏସିକୁ ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ଠିକ୍‌ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ନିର୍ଣ୍ଣୟ ନିଆଯିବ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି । ଛତ୍ରପୁର ଏନ୍ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୪ଟି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉଦ୍‌ଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଛତ୍ରପୁର ସହରର ଡିଆର୍‌ଡିଏ କାର୍ଯ୍ୟାଳୟ ପାର୍ଶ୍ୱରେ ୨୫ ଲକ୍ଷ ଟଙ୍କା ବ୍ୟୟରେ, ପୋଲିସ ପ୍ୟାରେଡ ପଡ଼ିଆର ଦୁଇ ପାର୍ଶ୍ଵରେ ୧୨ ଲକ୍ଷ ଟଙ୍କା ବ୍ୟୟରେ, ସର୍କିଟ୍‌ ହାଉସ୍‌ ନିକଟରେ ସାଢେ ୩ ଲକ୍ଷଟଙ୍କା ବ୍ୟୟରେ ଓ ଷ୍ଟେସନ ରୋଡ ମେଟା ସାହି ନିକଟରେ ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରମୁଖ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ଏବଂ ପୂର୍ବତନ କାଉନସିଲରଗଣ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.