ଏକ୍ସନ ମୁଡ୍‌ରେ ଏନଏସି : ବୁଲା ଗାଈଗୋରୁଙ୍କୁ ପଶୁ ପ୍ରାଣୀ ଚିକିତ୍ସାଳୟରେ ରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ସହରରେ ବୁଲା ଗାଈଗୋରୁ ରାତିଦିନ ରାସ୍ତାରେ ରହୁଥିବା ବେଳେ ଗାଈ ମାଲିକ ମାନଙ୍କ ବେପାରୁଆ ମନୋଭାବ ଯୋଗୁଁ ଟ୍ରାଫିକ ସମସ୍ୟା ହେଉଥିଲା । ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେବାରୁ ଏନଏସି ତରଫରୁ ବୁଲା ଗାଈଗୋରୁ ମାନଙ୍କୁ ମାଲିକ ମାନେ ନିଜ ହେପାଜତରେ ନ ରଖିଲେ ଗାଈ ମାଲିକ ମାନଙ୍କଠାରୁ ଫାଇନ କଟାଯିବ ବୋଲି ଡାକବାଜି ଯନ୍ତ୍ରରେ ଚେତାବନୀ ଦେଇଥିଲେ । ତେବେ ସୋମବାର ଦିନଠାରୁ ଏନଏସି ଏକ୍ସନ ମୋଡରେ ରହି ତୁରେକେଲା-କଂଟାବାଂଜିର ନିଆଲିମଲି ମଂଦିର ପାଖରେ ବର୍ଷ ବର୍ଷ ଧରି ରହୁଥିବା ଗାଈଗୋରୁଙ୍କ ମଧ୍ୟରୁ ଏନଏସି କର୍ମଚାରୀ ପ୍ରଥମ ଦିନରେ ୩ଟି ଗାଈକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ନେଇ ଅଟକ ରଖିଛନ୍ତି । ଏହି କାର୍ୟ୍ୟରେ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ପରିମଳ ବିଶେଷଜ୍ଞ ପରମେଶ୍ୱର ମହାପାତ୍ର, ଧୀରେନ୍‌ ପାତ୍ର, ସୁବାସ ପାତ୍ର, ସହକାରୀ ଜମାଦାର ନିୟୋଜିତ ଥିଲେ । ମଂଗଳବାର ଦିନ କେହି ଗାଈ ମାଲିକ ନ ଆସିଲେ ବୁଧବାର ଗୋରୁ ବଜାରରେ ନିଲାମ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.