centurian jitm

ସରକାରୀ ମହାବିଦ୍ୟାଳୟଠାରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ (+୨ ଓ +୩) ରାଜ୍ୟ ସରକାରଙ୍କ ଦ୍ଵାରା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଧାୟକ ବଲାଙ୍ଗିର ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଭଲ ଭାବେ ପଢ଼ି, ଶାରୀରିକ, ମାନସିକ ତଥା ସାମଗ୍ରିକ ବିକାଶ କିଭଳି ହୋଇପାରିବ ସେ ଉପରେ ବାର୍ତ୍ତା ଦେଇଥିଲେ । ଏହା ସହ ଉଚିତ୍ ଜନ ପ୍ରତିନିଧି ଚୟନ ଯୁବ ହାତରେ ରହିଛି । ସେଥି ପ୍ରତି ସଚେତନ ସମାଜ ଗଠନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଡ.ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଵାଭିମାନୀ ଛାତ୍ର ସମାଜ ଗଠନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚ, ରେମ୍ପ୍‌ଶୋ, ଥିଏଟର ପ୍ଲେରେ ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ୨୯/୧୧/୨୦୩ରୁ ୧୫/୧୨/୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନୋଡାଲ ଅଧିକାରୀ କୌତୁକ ପନ୍ଦର ସଭା ପରିଚାଳନା କରିଥିବା ବେଳେ, ଅତିଥି ବକ୍ତା ଡ.ଅମୃତ ସିଂ ବରିହା କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!