ତୁଷୁରା ଏୟାର୍‌ ପୋର୍ଟରେ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗସ୍ତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଥିବା ବେଳେ ତୁଷୁରା ଏୟାର୍‌ ପୋର୍ଟରେ ଏବେ ତାଙ୍କ ବିମାନ ଅବତରଣ କରିଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ନେତା ମନ୍ତ୍ରୀଙ୍କ ବେଶ୍‌ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଏଠାରୁ ସେ ହେଲିକ୍ୟାପ୍ଟର ଯୋଗେ ଲୋୟର୍‌ ସୁକ୍‌ତେଲ୍‌ ଡେମ୍‌ରେ ପହଂଚିବେ ଏବଂ ବହୁ ପ୍ରତୀକ୍ଷିତ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକତେଲ୍‌ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ।

Leave A Reply

Your email address will not be published.