ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ +୨ ବିଜ୍ଞାନ ଧନ୍ଦାମୂଳକ ଚାମ୍ପିଆନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଚାଲିଥିବା ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗଙ୍କ ତତ୍ତ୍ୱବଧାନରେ କଲେଜ ଖେଳ ପଡିଆଠାରେ ଆୟୋଜିତ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ +୨ କଳା ବିଭାଗ ଓ +୨ ବିଜ୍ଞାନ ଧନ୍ଦାମୂଳକ ବିଭାଗ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଜ୍ଞାନ ଧନ୍ଦାମୂଳକ ବିଭାଗ ଟସ୍‌ ଜିଣି ନିର୍ଦ୍ଧାରିତ ୫ ଓଭରରେ ୨ ଉଇକେଟ ହରାଇ ୩୭ ରନ ସଂଗ୍ରହ କରିଥିବା ବେଳେ ଜବାବରେ +୨ କଳା ବିଭାଗ ୫ ଉଇକେଟ ହରାଇ ୩୪ ରନ କରି ପରାଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବରେ କଲେଜ ପ୍ରଧ୍ୟାପକ ଡିଲେଶ୍ୱର ଭୋଇ ଯୋଗଦାନ କରି ଉଭୟ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଖେଳକୁ ରାଜ କୁମାର ବଗର୍ତି, ଘନଶ୍ୟାମ ମାଝୀ, ଭୁବାନୀ ବାରିକ, ହିମାଂଶୁ ବିଶ୍ୱାଲ, ଆଶିଷ ଦର୍ଜୀ ଓ ଲକ୍ଷ୍ମୀକାନ୍ତ ପୋଢ଼ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.