oom

ନବୀନ କାର୍ଯ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ଓ ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ଉପଦେଷ୍ଟା ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ କ୍ଷେତ୍ରରେ ଭାରତ ବର୍ଷର ଚିତ୍ର ପ୍ରତିପାଦନ କରିଥିଲେ । ଏ ସମ୍ପର୍କରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, ଉପସଭାପତି ରାମକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର କର, ବି. ସତ୍ୟମ ଆଚାରୀ, ନୀଳମାଧବ ପଣ୍ଡା, ସୀମାଞ୍ଚଳ ସେଠୀ, ବସନ୍ତ କୁମାର ଅଧିକାରୀ, ଆର.ସୁନନ୍ଦ ଚୌଧୁରୀ, ପ୍ରଫୁଲ କୁମାର ତ୍ରିପାଠୀ, ଆଡ଼ଭୋକେଟ ସୁଜିତ କୁମାର ଜେନା, ଚନ୍ଦନେଶ୍ୱର ପାଣିଗ୍ରାହୀ, ରଞ୍ଜନ କୁମାର ସାହୁ, ସାମ୍ବାଦିକ କେ.ସି. ପାଳ, ମାନସ ରଞ୍ଜନ ତ୍ରିପାଠୀ, ପବିତ୍ର କୁମାର ଚୌଧୁରୀ, ଗଞ୍ଜାମ ଲ.କଲେଜର ସହକାରୀ ପ୍ରଫେସର ସୁଦତ୍ତା ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଦେଶ ୭୫ ବର୍ଷରେ ଯେଉଁ ପରିମାଣରେ ଅଗ୍ରଗତି କରିବା କଥା ତାହା ହୋଇପାରିନଥିବା ଯୋଗୁଁ ଉଦବେଗ ପ୍ରକାଶ କରିବା ସହିତ ଆର୍ଥିକ ସ୍ୱାଧୀନତା ପାଇଁ ଆଉ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି କହିଥିଲେ । ବହୁ କବି କବୟତ୍ରୀ ଦେଶାତ୍ମବୋଧକ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.