oom

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପଞ୍ଜୀକରଣ ନିମନ୍ତେ ସଚେତନତା କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ୩ଟି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୩ଟି ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତକୁ ଯାଇ ଏହି ରଥ ନୂଆ ବିଏସ୍‌କେୟାଇ ନବୀନ କାର୍ଡ ଉପରେ ଲୋକଙ୍କୁ ସଚେତନ କରିବା ସହ ହିତାଧିକାରୀମାନେ କିପରି ପଞ୍ଜୀକରଣ କରିବେ ସେ ବିଷୟରେ ସଚେତନ କରିବ । ଏହି ପଞ୍ଜୀକରଣ ଆଜିଠାରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ହେବ । ବିଏସ୍‌କେୟାଇ ନବୀନ କାର୍ଡ ଅନ୍ତର୍ଭୁକ୍ତ ହେଇନଥିବା ସବୁ ଗ୍ରାମୀଣ ପରିବାର (ନିୟମିତ ସରକାରୀ କର୍ମଚାରୀ, ପେନସନଧାରୀ ଏବଂ ଆୟକର ଦାତାଙ୍କ ବ୍ୟତୀତ) ବିଏସ୍‌କେୟାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହେବେ । ବିଏସ୍‌କେୟାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକା ଭୁକ୍ତ ଘରୋଇ ମେଡ଼ିକାଲମାନଙ୍କରେ ନିର୍ଦ୍ଧାରିତ ଗୁରୁତର ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ । ସେମାନେ ଓଡ଼ିଶା ବାହାରେ ମଧ୍ୟ ଅନ୍ତର୍ଭୁକ୍ତ ମେଡିକାଲରେ ଏହିସବୁ ରୋଗର ଦେୟମୁକ୍ତ ଚିକିତ୍ସା କରାଇ ପାରିବେ । ଏଥିରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଏବଂ ମହିଳା ସଦସ୍ୟାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପ୍ରାବଧାନ କରାଯାଇଛି । ଏହି ସୁବିଧା ୨୦୨୪ ମସିହା ମେ ମାସ ପହିଲାରୁ ଆରମ୍ଭ ହେବ । ତେବେ ଜାତୀୟ ଖାଦ୍ୟ ନିରାପତ୍ତା ବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ ଭାବେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସ୍‌କେୟାଇରେ ସ୍ଵତଃ ଅନ୍ତର୍ଭୂକ୍ତ ହେବେ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସୁଦ୍ଧା ବାର୍ଳା, ବିଶେଷଜ୍ଞ ଡାକ୍ତର ତୁଷାରକାନ୍ତ ଠାକୁର, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ, ମେଡ଼ିକାଲ ସମ୍ପାଦନା ଅଧିକାରୀ ଈପ୍ସିତା ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜାଳୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.