jayashree

ମଣିଷ ଚାଳଣ ବିରୋଧୀ ଦିବସ ବିଷୟରେ ନବସଂଚାର

କଂଟାବାଞ୍ଜି, (ମନୀଷ କୁମାର ହଂସ) : ଗତକାଲି ନବସଂଚାର ମାଧ୍ୟମରେ ନେସେନାଲ ଇନିସିଏଟିଭ୍ ଅନ୍ ମାଇଗ୍ରେସନ ତରଫରୁ ମଣିଷ ଚାଳଣ ବିରୋଧୀ ଦିବସ ବିଷୟରେ ନବସଂଚାର ଅନୁଷ୍ଠିତ ହୋଇଯାଇଛି । ଇନିସିଏଟିଭ୍‌ର ଜାତୀୟ ଆବାହକ ଡ. ସଂଜୟ କୁମାର ମିଶ୍ରଙ୍କ ଆବାହନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଆଇନ ବିଶେଷଜ୍ଞ ତଥା ପ୍ରଫେସର ଡ. ଗିରିଜା ଶଙ୍କର ଶର୍ମା ଏବଂ ବଙ୍ଗାଲୋର ସ୍ଥିତ ଅଜିମ ପ୍ରେମଜୀ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରଫେସର ଡ. ଅମଲେନ୍ଦୁ ଜ୍ୟୋତିଷୀ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ । ନେସେନାଲ ଇନସ୍‌ଟିଚ୍ୟୁଟ ଅଫ୍ ପବ୍ଲିକ ଫାଇନାସ୍ ଏଣ୍ଡ ପଲିସି ନୂଆଦିଲ୍ଲୀର ଅର୍ଥନୈତିଜ୍ଞ ଡ ଦିନେଶ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ କେଭି ମହାବିଦ୍ୟାଳୟର ଇଂଗ୍ରାଜୀ ପ୍ରଫେସର ଲୋହିତାକ୍ଷ ଯୋଷୀ ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାରା ଭାରତରୁ ୫୦ରୁ ଉର୍ଦ୍ଧ୍ୱ ଅର୍ଥନୈତିଜ୍ଞ ରାଜନୈତିକ ବିସାରଦ, ସାମାଜିକ କାର୍ଯ୍ୟକ୍ରତା ଓ ପ୍ରଫେସର ଯୋଗ ଦେଇଥିଲେ । ସଭାରେ ମଣିଷ ଚାଳଣକୁ ସବୁଠୁ ହୀନ କାର୍ଯ୍ୟ ବୋଲି ଅଭିହିତ କରି ତା’ ଉପରେ ବିଭିନ୍ନ ବିଭାଗର ମିଳିତ ଅଧ୍ୟୟନ ଜରୁରୀ ବୋଲି ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.