ହିନ୍ଦୁ ନବବର୍ଷ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖଣ୍ଡ ଭାଗବତ ଯଜ୍ଞ କମିଟି, ବ୍ରାହ୍ମଣପଡା ବଲାଙ୍ଗିର ହିନ୍ଦୁମାନଙ୍କ ନବବର୍ଷ ପାଳନ କରିଥିଲେ । ଏହି ଉତ୍ସବରେ ସଭାପତି ଡ. ଭବାନୀ ଶଙ୍କର ପଟେଲ ସଭା ପରିଚାଳନା କରିବା ସହ କବିତା ପାଠ ସଂଯୋଜନା କରିଥିଲେ । ସମ୍ମାନିତ ବକ୍ତା ଭାବରେ କ୍ଷମାନିଧି ସାହୁ ପୂର୍ବତନ ସଂସ୍କୃତ ଆଚାର୍ଯ୍ୟ ମେରଟ ବିଶ୍ୱ ବିଦ୍ୟାଳୟ ଯୋଗ ଦେଇ ଭକ୍ତମାନଙ୍କୁ ଅନେକ ଦିଗ ଦର୍ଶନ ଦେଇଥିଲେ । କମିଟିର ପ୍ରତିଷ୍ଠାତା ଓ ପ୍ରବଚକ ବଂଶୀଧର ଦାନୀ ହିନ୍ଦୁମାନଙ୍କ ସଂସ୍କୃତି ଓ ପରଂପରା ଉପରେ ଅତି ବାସ୍ତବ ତଥ୍ୟ ପରିବେଷଣ କରିଥିଲେ । ସେ କହିଥିଲେ ଯେ, ଦେଶକୁ ବଂଚାଇବାକୁ ହେଲେ ଜଣେ ହିନ୍ଦୁ ପ୍ରେମୀ ହିଁ ଦେଶର ଭାର ନେବା ଉଚିତ । ସେ ବିଶ୍ୱ ହିନ୍ଦୁ ପରିଷଦ ତଥା ଆର.ଏସ୍‌.ଏସ୍‌ର ଭୂୟସୀ ପ୍ରଶଂସାଗାନ କରିବା ସହ ଆମ ହିନ୍ଦୁମାନଙ୍କ ହିନ୍ଦୁତ୍ୱକୁ ବୁଝିବା କଥା ବୋଲି କହିଥିଲେ ଓ ସମସ୍ତେ ଏକ ସନ୍ତାନ ବୋଲି ସମ୍ବୋଧନ ଦେଇଥିଲେ । ଶ୍ରୋତାଙ୍କ ମଧ୍ୟରେ ହିନ୍ଦୁମାନଙ୍କ ନବବର୍ଷ ଉପରେ ବଳିଷ୍ଠ ପଧାନ, ଅଙ୍ଗିରା ସାହୁ, କବିତା ଦାନୀ, ବଂଶୀଧର ସା ବକ୍ତବ୍ୟ ରଖିଥିଲେ । କବିତା ପାଠ କରିଥିଲେ ସବିତା ଦାନୀ, ଡ. ଭବାନୀ ଶଙ୍କର ପଟେଲ ଓ ରଶ୍ମି ପାତ୍ର । ପରିବେଶ ଶାନ୍ତ ତଥା ଶୃଙ୍ଖଳିତ ଥିଲା । ଅନେକ ଭକ୍ତଙ୍କ ସମାଗମ ଥିଲା । ସୁରେନ୍ଦ୍ର ହୋତା, ସତ୍ୟବାନ ବେଦବାକ, ପଂଚାନନ ବେଦବାକ, ଜୟଦେବ ପଧାନ, ମେଘ ଭୁଏ, ମଦନ ଗୋପାଳ ସ୍ୱାଇଁ, ସୁବାଷ ଚନ୍ଦ୍ର ମିଶ୍ର, ଋଷି ଗୁରୁ, ସତ୍ୟନାରାୟଣ ସାହୁ, ନିଳାମ୍ବର ବରାଳ, ରାଜକୁମାର ସ୍ୱାଇଁ, ବାହାଦୁର କୁମ୍ଭାର, ଅମ୍ବରିଶ ପୋଢ ତଥା କିଛି ସମୟ ପାଇଁ ରାମ ଶଙ୍କର ଶତପଥି ଆଦି ଭକ୍ତବୃନ୍ଦ ତଥା ଅନେକ ମହିଳାଙ୍କ ସମାଗମ ହୋଇଥିଲା । ପରିଶେଷରେ ଅତି ସୁନ୍ଦର ଭାବରେ ତଥା ରୋଚକ ଭାବରେ ଧନ୍ୟବାଦ ଦେଇଥିଲେ ସଂପାଦକ ବଂଶୀଧର ସା ।

Leave A Reply

Your email address will not be published.