om academy

ଦୁବାଇ (ୟୁଏଇ) ନୂଆଁଖାଇ ପରିବାର ପକ୍ଷରୁ ଏ ବର୍ଷ ମଧ୍ୟ ନବାନ୍ନ ଉତ୍ସବ ପାଳନ ହେବ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁବାଇ, ୟୁଏଇ ମଧ୍ୟରେ ବସବାସ କରୁଥିବା ପଶ୍ଚିମ ଓଡିଶାର ବିଭିନ୍ନ ବର୍ଗରେ କର୍ତ୍ତବ୍ୟରତ ପରିବାର ସମୂହ ପଶ୍ଚିମ ଓଡିଶାର ଗଣପର୍ବ ନବାନ୍ନ ଭକ୍ଷଣ(ନୂଆଁଖାଇ)କୁ ମହାସମାରୋହରେ ପାଳନ କରିଆସୁଛନ୍ତି ଏବଂ ଏ ବର୍ଷ ମଧ୍ୟ ଏହାକୁ କୋଭିଡ-୧୯ ସୀମା ଓ ନିୟମାନୁସାରେ ପାଳନ କରିବାକୁ ସ୍ଥିର କରିଛନ୍ତି । ଏହି ଉତ୍ସବକୁ କିଛି ପଶ୍ଚିମାଞ୍ଚଳର ପୁରୁଖା କଳାକାରଙ୍କୁ ପ୍ରତ୍ୟକ୍ଷରେ ଓ କିଛି ସାଂସ୍କୃତିକ ଦଳଙ୍କୁ “ଡିଜିଟାଲ ସୋ” ମାଧ୍ୟମ କ୍ରମେ ପରିବେଷଣ କରାଯିବାର ସୂଚନା ଦୁବେଇ ନୂଆଁଖାଇ ପରିବାର ସଂଗଠନ ଦେଇଥିବା ବେଳେ କିଛି ପଶ୍ଚିମାଞ୍ଚଳର ବିଶିଷ୍ଟ ଅତିଥିଙ୍କୁ ଆମନ୍ତ୍ରଣ ଓ ସମ୍ମାନିତ କରାଯିବାର ଯୋଜନା କରାଯାଇଛି । ପଶ୍ଚିମ ଓଡିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟପେୟ ଯାହା ନବାର୍ଣ୍ଣ ପାଇଁ ଉପଯୋଗୀ ତାହାକୁ ପ୍ରସ୍ତୁତ କରି ସମସ୍ତ ପରିବାର ଏକ ସଂଗେ ନୂଆଁ ଖାଇବା ଓ ଏଠିକାର ପାରମ୍ପରିକ ନୃତ୍ୟଗୀତକୁ ପରିବେଷଣ କରି ନିଜନିଜର ଇଷ୍ଟ ଦେବୀଙ୍କୁ ପୂଜା ଅର୍ପଣ କରି ସମସ୍ତଙ୍କ ଉତ୍ତରୋତ୍ତର କାମନା କରିବା ଆମର ଲକ୍ଷ ବୋଲି ସେଠାକାର ନୁଁଆଖାଇ ପାଳନ କରିବା ସଂଗଠକ ଶ୍ରୀମତୀ ଚିନ୍ମୟୀ ବେହେରା ଜଣାଇଛନ୍ତି ।

Leave A Reply

Your email address will not be published.