oom

ଅଗସ୍ତି ନୂଆଗାଁ କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ନବରାତ୍ର ପୂଜା ନିମନ୍ତେ ଜଳ ଯାତ୍ରାରମ୍ଭ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ଗତକାଲିଠାରୁ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଋଷିକୂଲ୍ୟା ନଦୀରୁ କଳସରେ ଜଳ ଲାଗି ହୋଇଛି । ନଗର ପରିକ୍ରମା ସହ ଜଳ ଯାତ୍ରା ସମାପନ ହୋଇ ନିଜସ୍ୱ ଦୁର୍ଗାମଣ୍ଡପରେ ଆଜି ମା’ ଦୁର୍ଗାଙ୍କ ଷୋଡଶପୂଜା ବିଧି ଆରମ୍ଭ ହୋଇଯାଇଛି । ଗାଁର ଏହି ମଣ୍ଡପରେ ୨୦୦୫ ମସିହା ଠାରୁ ପ୍ରଚଳିତ କଲ୍ୟାଣୀ ଯୁବକ ସଂଘର ସାମାଜିକ କାର୍ଯ୍ୟକ୍ରମ ସହିତ ଏହି ପୂଜାକୁ ବହୁଆଡମ୍ବରରେ ଗ୍ରାମର ପାରମ୍ପରୀକ ରୀତିନୀତି ସହ ଉତ୍ସବମୁଖର ଭାବେ ଆୟୋଜିତ ହୋଇ ଆସୁଅଛି । ଏଥିପାଇଁ ସମଗ୍ର ଅଗସ୍ତି ନୂଆଗାଁ ଗ୍ରାମ ସହ ଏହାର ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି । ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତୀ, ଚଣ୍ଡୀପାଠ, ପୂଜାହୋମ, ବାହ୍ୟ କୁମ୍ଭ ପୂଜା ଆଦି ପାରମ୍ପରୀକ ନୀତିକ୍ରାନ୍ତି ହେବା ଏବଂ କରୋନା ଗାଇଡ଼ଲାଇନ ଅନୁପାଳନ ପୂର୍ବକ ମାର୍ଗଦର୍ଶିକା ଆଧାରରେ ନବରାତ୍ର ପୂଜା ସମାହିତ ହେବ ବୋଲି ସଂଘ ତରଫରୁ ସୂଚନା ମିଳିଛି । ମା’ଙ୍କ ଏହି ପୂଜା ପଣ୍ଡିତ ମନୋରଞ୍ଜନ ଆଚାର୍ଯ୍ୟଙ୍କ ପୌରହତ୍ୟରେ ସମ୍ପାଦନା ହେଉଥିବା ବେଳେ କର୍ତ୍ତା ଭାବେ ଲକ୍ଷ୍ମୀଚରଣ ପଣ୍ଡା ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁବକ ସଂଘର ସଦସ୍ୟ ଅଶୋକ କୁମାର ନାହାକ, କାହ୍ନୁ ପଲାଇ, ଜୟ ନାହାକ, ବିଭୁତିଭୂଷଣ ବେହେରା, ଦୀପକ ସ୍ୱାଇଁ, ସଞ୍ଜୟ ପଣ୍ଡା, ଶିବାସିସ୍ ଛଟେଇ, ପଙ୍କଜ ପଲାଇ, ନବ ସ୍ୱାଇଁ, ଲିପନ ନାହାକ, ଦାମ ମହାଙ୍କୁଡ, ସନାତନ ପଲାଇ, ଅଭିନାଶ ନାହାକ, ଆଲୋକ ଗୌଡ଼, ସମିର ତରାଇ, ତୋଫାନ ସ୍ୱାଇଁ, ମନୋରଞ୍ଜନ ଜେନା, ସପନ ମହାରଣା, ଆଦିତ୍ୟ ନାହାକ ଶିବା ସ୍ୱାଇଁ, ଶ୍ରୀନୁ ଗୌଡ଼ ପ୍ରମୁଖ ସକ୍ରୀୟ ସହଯୋଗ କରି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣି ଉତ୍ସବ ୧୬ ତାରିଖରେ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.