ସୃଜନ ସଳିତା ନବନୀତା ପରିବାର ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୃଜନ ସଳିତା ନବନୀତା ପରିବାର ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନବନୀତା ପରିବାରର ସଦସ୍ୟମାନେ ସାରସ୍ୱତ ସ୍ରଷ୍ଟା ଶ୍ରୀ ଗୁରୁଙ୍କ ବାସଭବନକୁ ଯାଇ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । କୌତୁକ ପନ୍ଦର, ରାଜେଶ ଝାଙ୍କର, ଜଗନ୍ନାଥ ସାହୁ ପ୍ରମୁଖ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ତାଙ୍କ ସାରସ୍ୱତ ସାଧନାର ଆହୁରି ବଳିଷ୍ଠତା କାମନା କରିଛନ୍ତି । ସାହିତ୍ୟିକ ଶ୍ରୀ ଗୁରୁ କୋଶଲୀ ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ଏବଂ ସ୍ୱୀକୃତି ପାଇଁ ଲଢେ଼ଇ କରିବି ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.