oom

ନାବାଳିକାକୁ ଅସଦାଚରଣ, ଅଶ୍ଳୀଳ ଭାଷାରେ କମେଣ୍ଟ ମାରିବା ଘଟଣାରେ ଉଲ୍ଲା ଗିରଫ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ନାବାଳିକାକୁ ରାସ୍ତା ମଝିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ,କମେଣ୍ଟ ମାରିବା ଓ ବିଭିନ୍ନ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ଛଅ ମାସ ହେଲା ସାହି ରାସ୍ତାରେ ଚାଲିଲା ବେଳେ ଉକ୍ତ ଯୁବକ ଡାକି ଏଭଳି ଅସଦାଚରଣ କରିବାର ସହି ନପାରି ଯୁବତୀ ତାଙ୍କ ଆତ୍ମୀୟ ଲୋକଙ୍କୁ ଜଣାଇବା ପରେ ପୋଲିସର ଦ୍ୱାରସ୍ଥ ଭଳି ପଦକ୍ଷେପ ନେବାକୁ ପଡ଼ିଥିଲା ବୋଲି ପରିବାର ଲୋକେ କହିଛନ୍ତି । ଏଭଳି ଅଶ୍ଳୀଳ ଇଙ୍ଗିତ କାରବାରରେ ବ୍ରହ୍ମପୁର ଏସପି ବହୁ ଚଗଲା ଲୋକଙ୍କୁ ସାବାଡ଼ କରି ଚର୍ଚ୍ଚିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ଗିରଫ ଯୁବକ ଜଣକ ହେଲେ ଗୋଷାଣୀ ନୂଆଗାଁ ଥାନା ଅଞ୍ଚଳର ଶଙ୍କର୍ଷଣ ସାହୁ ଓରଫ “ଉଲ୍ଲା” ବୋଲି ବ୍ରହ୍ମପୁର ଏସପି ଡ଼ଃ. ଶର୍ବଣା ବିବେକ ଏମ ଏହି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.