ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସଂପୃକ୍ତ ନାବାଳିକା ରିତୁ ମହାରଣା ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ବାପା ଗୀରିଶ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ଗତ ଦୁଇ ଦିନ ତଲେ ଗୀରିଶଙ୍କୁ ପଡ଼ାର ଦୁଇଜଣ ଯୁବକ ଆକ୍ରମଣ କରିଥିଲେ । ତେଣୁ ସେ ହସ୍ପିଟାଲରେ ଥିଲେ । ହେଲେ ଗତକାଲି ରାତିରେ ତାଙ୍କ ଝିଅ ଘରୁ କେଉଁଆଡେ଼ ପଲାଇଥିବା ଖବର ପାଇ ସେ ଘରକୁ ଆସିଥିଲେ । ଅନେକସ୍ଥାନରେ ଖୋଜିଲେ ମଧ୍ୟ ତାଙ୍କର ଖବର ମିଳିନଥିବାରୁ । ସେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.