ବରଗଡ଼, (ମୁନ୍ନା ସାହୁ) : ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା । ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍ପି ଅଭିଳାଷ ଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍ପି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ନାବାଳିକାଙ୍କୁ ବୁର୍ଲା ଅଣାଯାଇଥିଲା । ଫିରିଙ୍ଗିମାଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସୋମବାର ସକାଳେ ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନାବାଳିକା ଜଣକ ନିଜ ମାମୁ ଘରେ ରହୁଥିବା ବେଳେ ତାଙ୍କ ବାପା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି ।
