centurian jitm

ମୁଖ୍ୟ କେନାଲରେ ବୁଡି ନାବାଳିକା ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସକାଳେ ଗାଧେଇବାକୁ ଯାଇ ଜଣେ ନାବାଳିକା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଗୁଡାର ମହେନ୍ଦ୍ର ମାଝୀଙ୍କ ୧୨ ବାର୍ଷିଆ ଝିଅ ସମ୍ପର୍କୀୟଙ୍କ ସହ ଗୁରୁବାର ସକାଳେ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଗାଧେଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ କେନାଲର ଗଭୀର ସ୍ରୋତକୁ ଚାଲିଯାଇ ନିଖୋଜ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.