oom

ସିଲେଟପଡ଼ାରେ ସୋଲାର ବ୍ୟାଟେରୀ ବିସ୍ପୋରଣ : ନାବାଳକ ଗୁରୁତର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ, ବ୍ୟାଟେରୀ ବିସ୍ପୋରଣରେ ନାବାଳକ ଗୁରୁତର । ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ ପଞ୍ଚାୟତର ସିଲେଟପଡ଼ା ଗ୍ରାମରେ ଘଟିଥିବା ଏକ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକ ଚିହ୍ନଟ ହୋଇଛନ୍ତି ଜନକ ସାହୁଙ୍କ ପୁଅ ଦିବ୍ୟ ସାହୁ ବୋଲି । ସୂଚନା ଅନୁସାରେ, ଦିବ୍ୟ ସାହୁ ୟୁଟ୍ୟୁବ୍ ଭିଡ଼ିଓ ଦେଖି ଘରେ କୌଣସି ଯନ୍ତ୍ର ତିଆରି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବ୍ୟବହୃତ ସୋଲାର ବ୍ୟାଟେରୀ ହଠାତ୍ ବିସ୍ଫୋରଣ ହେବା ଫଳରେ ସେ ଗୁରୁତର ହୋଇଥିବା ଅନୁମାନ କରାଯାଉଛି । ଘଟଣା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଦୁର୍ଘଟଣା ଘରେ ବେପରୁଆ ଭାବରେ ବ୍ୟାଟେରୀ ବ୍ୟବହାର କରି ଯନ୍ତ୍ର ବନାଉଥିବା ନାବାଳକ ମାନଙ୍କ ପାଇଁ ଏକ ଚେତାବନୀ ହିସାବରେ ଦେଖାଯାଉଛି ।

jittmm
Leave A Reply

Your email address will not be published.