ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହରର ଗୋଦାବରୀ ନଗର କଲେଜ ପଛ ଗେଟ୍ ନିକଟରେ ଏକ ନବଜାତ ଶିଶୁକୁ ପିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଏକ ହୃଦୟ ବିଦାରକ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାସ୍ତା ପାଖରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, କେହି ଅଜଣା ବ୍ୟକ୍ତି ନବଜାତ ଶିଶୁଟିକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଶିଶୁଟି ଜନ୍ମ ପରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ନବଜାତ ଶିଶୁ ପଡିଥିବା ଦେଖି ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ରାୟଗଡା ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲେ । ପୁଲିସ ପକ୍ଷରୁ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ସତ୍ୟତାକୁ ଅନୁସନ୍ଧାନ ଆରମ୍ଭ କରିଛି । କିଏ ଏବଂ କାହିଁକି ଏହି ଅମାନବୀୟ କାମ କଲା, ତାହା ନେଇ ତଦନ୍ତ ଜାରି ରହିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟତା ସୃଷ୍ଟି ହୋଇଥିବା ସହ ସ୍ଥାନୀୟ ଲୋକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Next Post