ନବଜାତ ଶିଶୁକୁ ପାଣିରେ ଭସାଇ ଦେଲା ନିଷ୍ଠୁର ମା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ହଜିଗଲା ମାନବିକତା ସରିଗଲା ମଣିଷ ପଣିଆ ନିଜ ଜନ୍ମ କଲା ନବଜାତ ଶିଶୁକୁ ନାଳରେ ଭସାଇ ଦେଲା ନିଷ୍ଠୁର ମା’ । ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଓ ଡାଙ୍ଗବାହାଲ ମଝିରେ ଥିବା ଗଡିଆ ଜୋର୍ ନାଳରେ । ସୂଚନା ମୁତାବକ ଆଜି ସକାଳେ ଏକ ନବଜାତ ଶିଶୁର ମୃତ ଦେହ ପାଣିରେ ଭାସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏହି କଁଅଳ ଶିଶୁଟି ନାଳର ଉପର ମୁଣ୍ଡରୁ ଭାସି ଆସିଥିବା ଜଣାପଡ଼ିଛି । ଏମିତି ଘଟଣା କିଏ ଘଟାଇଛି, ଏହି କୁନି ଶିଶୁର ମା’ କିଏ ତାହା ଜଣାପଡିନାହିଁ । ବର୍ତ୍ତମାନ ମଧ୍ୟ ସେହି ନାଲରେ ଭାସୁଛି ନବଜାତ ଶିଶୁର ମୃତ ଦେହ । ଏହି ଦୃଶ୍ୟ ବର୍ତ୍ତମାନ ସମସ୍ତଙ୍କୁ ବିଚଳିତ କରିଛି । ଏହି ଘଟଣାକୁ ନେଇ ଜନ ସାଧାରଣରେ ଦାବୀ ଉଠିଛି ଯେ ଏମିତି ଅମାନସିକ ଲୋକଙ୍କୁ ପ୍ରଶାସନ କଠୋର ଦଣ୍ଡ ଦେଉ ।

Leave A Reply

Your email address will not be published.