ଶାନ୍ତିପଡ଼ାରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି ମା’ଙ୍କ ନବଦୁର୍ଗା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି ମା’ ଜଗତ୍‌ଜନନୀଙ୍କ ନବଦୁର୍ଗା ପୂଜା । ଅଂଚଳବାସୀ ତଥା ଶ୍ରଦ୍ଧାଳୁଙ୍କ ସାହାଯ୍ୟ ସହଯୋଗରେ ଆଜି ଚତୁର୍ଥ ଦିନରେ ମହା ନବଦୁର୍ଗା ପୂଜା ପହଂଚିଥିବା ବେଳେ ଆଜି କୁଷ୍ମାଣ୍ଡା ବେଶରେ ପୂଜା ପାଉଛନ୍ତି ଜଗତ୍‌ଜନନୀ । ଏହି ବେଶରେ ଆଜି ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶୀଷ ପ୍ରଦାନ ମୁଦ୍ରାରେ ମା’ ଅବତୀର୍ଣ୍ଣ ହୋଇଛନ୍ତି । ନିଷ୍ଠାର ସହ ପୂଜକ ଓ କର୍ତ୍ତାମାନେ ରୀତିନୀତି ଅନୁସାରେ ପୂଜନ କର୍ମ ଚଳାଉଥିବା ଦେଖିବାକୁ ମିଳିଛି । ସଂଧ୍ୟା ସମୟରେ ଭକ୍ତଙ୍କ ସମାଗମରେ ଉଛୁଳି ପଡ଼ୁଛି ମା’ଙ୍କ ମଣ୍ଡପ ।

Leave A Reply

Your email address will not be published.