ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଏକତା ଗୃପ ତରଫରୁ ବନ୍ଧୁମିଳନ ଓ ନବବର୍ଷ ପାଳନ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଗୃପର ସଭାପତି ବସୁମତି ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ରମେଶ ମହାନ୍ତି, ଡାକ୍ତର ଲଲାଟେନ୍ଦୁ ଆଚାର୍ଯ୍ୟ, ଡାକ୍ତର ଚିନ୍ମୟ ସାହୁ, ସମାଜସେବୀ ଜାହାଙ୍ଗିର ହକ, ବ୍ରଜେଶ ମହତୋ, ଆଫ୍ରୋଜ ଅହମ୍ମଦ, ନୀଲମ ସାହୁ, ସନ୍ଥମା ପିଲାଇ, ଗ୍ରେସି ଡାଭିଡ୍, ଅନିତା ଅଗ୍ରୱାଲ, କମଲ ଅଗ୍ରୱାଲ ଓ ସ୍ୱତନ୍ତ୍ର ଅତିଥି ଭାବେ ମୋହନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଯଶୋବନ୍ତ ମହାନ୍ତି ଓ ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଅନୁଷ୍ଠାନ ସହରରେ ଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସହଯୋଗର ହାତ ବଢାଇବା ସହ ଆଗାମୀ ବିଶ୍ୱକପ ହକି ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ହକି ପରେ ରାଉରକେଲା ଶୋଇଯିବ ନାହଁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ କେକ୍ କଟିଯିବା ସହ ସମସ୍ତେ ନାଚଗୀତରେ ମସଗୁଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶାନ୍ତିଲତା ବେହେରା, ଅଞ୍ଜଳି ବିଶ୍ୱାଳ, ବନଜା ବିଶ୍ୱାଳ, ଅଂଶୁପା ଦଳାଇ, ସ୍ନେହଲତା ବାରିକ, ମନୋରମା ଧଳ, ନିରୁପମା ଜେନା, ଅନିତା ମହାନ୍ତି, ଅସ୍ମିତା ମହାନ୍ତି, ସୁମତି ନାୟକ, ଜୋୟା ତ୍ରିପାଠୀ, ସୁଷମା ଡାଙ୍ଗ, ବୀଣାପାଣି ଦାଶ, ମୀନାକ୍ଷୀ ପାଢୀ, ସୁଚିସ୍ମିତା ପଣ୍ଡା ଓ ବିଶାଖା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।