ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ଶନିବାର ଦିନ ମହାସମାରୋହରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଲୋକେ ଗୈରିକ ଧଣ୍ଡି ଉଡ଼ାଇ, ଘର ସାମନାରେ ଝୋଟି ଦେଇ ଓ ସନ୍ଧ୍ୟାରେ ଦୀପ ଜାଳି ନବବର୍ଷକୁ ସ୍ବାଗତ କରିଥିଲେ । ମା ଭାରତୀ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ମହୁଲପାଲି ଗ୍ରାମରୁ ଭାରତମାତା ରଥ ବାହାରି କେନ୍ଦୁଭଟା, ଦର୍ବେକେଲା, ସାଲେଗେଡି ଓ ଦେଉଳୀରେ ଗ୍ରାମ ପରିକ୍ରମା କରି ନବବର୍ଷର ଶୁଭ ସନ୍ଦେଶ ଦେଇଥିଲା । ପ୍ରତି ଗ୍ରାମରେ ଶହ ଶହ ସଂଖ୍ୟାରେ ଆବାଳ ବୃଦ୍ଧବନିତା ନିଜ ଘର ପ୍ରାଙ୍ଗଣରେ କଳସ ସ୍ଥାପନ କରି ହରିବୋଲ ହୁଳହୁଳି ଦେଇଥିଲେ । ଜୟ ଶ୍ରୀ ରାମ ଓ ଭାରତ ମାତା କି ଜୟ ଧ୍ବନିରେ ପରିବେଶ ପ୍ରକମ୍ପିତ ହେଉଥିଲା । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସନାତନ ଚେତନା ସଂଘ, ପଦ୍ମପୁର ପ୍ରଖଣ୍ଡ ମହୁଲପାଲି ଶାଖାର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।
Prev Post