oum

ରାଷ୍ଟ୍ରୀୟ ସନାତନ ଚେତନା ସଙ୍ଘ ପକ୍ଷରୁ ତାର ପ୍ରଥମ ନବବର୍ଷ ପାଳନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ସ୍ଥିତ ମହୁଲପାଲି ଗ୍ରାମ ପଞ୍ଚାୟତରେ ଓ ପଦ୍ମପୁର ନଗରରେ ରାଷ୍ଟ୍ରୀୟ ସନାତନ ଚେତନା ସଙ୍ଘ ପକ୍ଷରୁ ତାର ପ୍ରଥମ ନବବର୍ଷ ପାଳନ କରାଯାଇଛି । ମା’ ଭାରତୀ ଓ ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦରୁ ମହୁଲପାଲି ଗ୍ରାମରୁ ନବବର୍ଷର ସନ୍ଦେଶ ନେଇ ଗୋଟିଏ ରଥ ବାହାରି ଯାଇଛି । ମହୁଲପାଲି ପଞ୍ଚାୟତର ପ୍ରାୟ ସବୁ ଗ୍ରାମରେ ରଥ ନବବର୍ଷର ସନ୍ଦେଶ ଦେଇଛି । ରଥର ସ୍ୱାଗତ ପାଇଁ ସହ ସହ ମା’ ଭଉଣୀମାନେ ନିଜ ଘର ପ୍ରାଙ୍ଗଣରେ କଳସ ସ୍ଥାପନା କରି ରଥର ସ୍ଵାଗତ କରିବା ସହିତ ନବବର୍ଷକୁ ସ୍ୱାଗତ କରି ନିଜର ଘରର ସୁଖ ସମୃଦ୍ଧି ପାଇଁ ନିଜର ଇଷ୍ଟ ଦେବଙ୍କୁ ଗୁହାରି କରିଥିଲେ । ସେହିପରି ପଦ୍ମପୁର ନଗରରେ ମଧ୍ୟ ଅନେକ ପଡାରେ ମା’ ଭଉଣୀମାନେ ନିଜ ଘର ପ୍ରାଙ୍ଗଣରେ କଳସ ସ୍ଥାପନ କରି ନବବର୍ଷକୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.