oom

ଛିଡା ହୋଇଥିବା ଟ୍ରକକୁ ବାଇକ ଚାଳକ ଧକ୍କା ଦେଇ ମୃତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଳରୁ ୬କିମି ଦୂର ନୂଆପଡା ଯିବା ରାସ୍ତାରେ କିଙ୍ଗ ହୋଟେଲ ପାଖରେ ଜଣେ ବାଇକ ଚାଲକ ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡା ହୋଇଥିବା G J 27 TT 7089 ଟ୍ରକକୁ ଧକ୍କା ଦେଇ ନିଜେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ମୃତକ ହେଲେ ଝୁନଗାପାଳି (ଦିପ୍ତୀପୁର) ଗ୍ରାମର କ୍ଷୀରସିନ୍ଧୁ ବରିହା (୪୨)ସେ ନୂଆପଡା ନିଜ ବାଇକOD17S 5362ରେ ନୂଆପଡା ଯାଇ ସନ୍ଧ୍ୟାରେ ନିଜ ଘରକୁ ଫେରୁଥିଲେ ଓ କିଙ୍ଗ ହୋଟେଲ ନିକଟରେ ସନ୍ଧ୍ୟା ୬ ଟାରେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ପଦ୍ମପୁର ପଠାଇଥିବା ବେଳେ ଘଟଣାର ଅନୁସନ୍ଧାନ ଚାଲିଛି ବୋଲି ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.