ls

ଗାଁ ପୋଖରୀରୁ ମିଳିଲା ଶିଶୁର ମୃତଦେହ

sb

ନୟାଗଡ : ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ଗାଁର ଲକ୍ଷ୍ମଣ ଲେଙ୍କାଙ୍କ ୬ ବର୍ଷର ଭିନ୍ନକ୍ଷମ ଶିଶୁ ପୁତ୍ର ନିଖୋଜ ହୋଇଯାଇଥିଲେ । ‘ପରୀ’ ମୃତ୍ୟୁ ମାମଲା ଥମି ନଥିବା ବେଳେ ପୁଣି ଶିଶୁ ନିଖୋଜ ହେବା ଏବଂ ପରେ ତାର ମୃତଦେହ ଗାଁ ପୋଖରୀରୁ ମିଳିବା ଏବେ ସନ୍ଦେହ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟେ ଏକ ପୋଖରୀ କୂଳରୁ ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍‌ ମିଳିଥିଲା । ମଙ୍ଗଳବାର ଅପରାହ୍ନରୁ ଶିଶୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ଶିଶୁର ସନ୍ଧାନ ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ବୁଧବାର ସକାଳୁ ଗାଁ ମହାଦେବ ମନ୍ଦିର ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ମିଳିବା ପରେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶିଶୁର ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଶିଶୁଟି କେମିତି ପୋଖରୀ ନିକଟକୁ ଆସିଲା କେଉଁ ପରିସ୍ଥିତିରେ ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର ହେଲା ତାର ତଦନ୍ତ ଜାରି ରଖିଛି ପୋଲିସ । ପରିବାର ଲୋକ ଶିଶୁଟିକୁ ହରାଇ ଶୋକରେ ଭାଙ୍ଗି ପଡିଛନ୍ତି ।

pc pk
Leave A Reply

Your email address will not be published.