ଦେବଗଡ଼ : ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗାଁ ଜଙ୍ଗଲରୁ ନାବାଳକ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତ୍ରିକୋଣୀୟ ପ୍ରେମରୁ ନାବାଳକଙ୍କୁ ହତ୍ୟା । ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗାଁ ଜଙ୍ଗଲରୁ ନାବାଳକ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ୨ ଜଣଙ୍କୁ ଗିରଫ କରି ଖୋଳତାଡ ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ ନାକଟିଦେଉଳ ଥାନା ଚନ୍ଦ୍ରପୁର ଗାଁର ଓ ସହଯୋଗୀ କୁଣ୍ଢେଇଗୋଳା ଥାନା କୁରଡପଶି ଗାଁର । ମୃତକ ହେଲେ ତୁଙ୍ଗାମାଳ ଗାଁର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା। ପୋଲିସ ସୂଚନା ଅନୁସାରେ, ମୃତକ ଓ ମୁଖ୍ୟ ଅଭିଯୁକ୍ତ ଜଣେ ଝିଅକୁ ଭଲ ପାଉଥିଲେ । ଝିଅ ସହ ସମ୍ପର୍କ ନରଖିବା ପାଇଁ ଅମିତଙ୍କୁ ମୁଖ୍ୟ ଅଭିଯୁକ୍ତ ବାରମ୍ବାର ମନା କରୁଥିଲା । ସେ ନମାନିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା ।
Prev Post