ମୁରିବାହାଲ ବ୍ଲକସ୍ତରୀୟ “ଅନ୍ତ୍ୟୋଦୟ ଗୃହ ଯୋଜନା”ର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ୩୩୦ ମଞ୍ଜୁରୀରୁ ୨୦୫ ହିତାଧିକାରୀଙ୍କୁ ଗୃହ କାର୍ଯ୍ୟାଦେଶ ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଦ୍ୱାରା “ଅନ୍ତ୍ୟୋଦୟ ଗୃହ ଯୋଜନା”ର ଆଭାଷୀ ମାଧ୍ୟମରେ ରବିବାର ଶୁଭାରମ୍ଭ ହୋଇଯାଇଛି । ବ୍ଲକ ବିଡ଼ିଓ ବାସନ୍ତୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ସାଂସଦ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ସିଡିପିଓ ପୁର୍ଣ୍ଣିମା ବୈଠାରୁ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ବାଗ ମୁଖ୍ୟମନ୍ତ୍ରୀଙ୍କ ନୂତନ ଯୋଜନା “ଅନ୍ତ୍ୟୋଦୟ ଗୃହ ଯୋଜନା” ବିଷୟରେ ଆଲୋକପାତ କରିବା ସହିତ ଡବଲ ଇଂଜିନ ସରକାର କଥାଦେଇ କଥା ରଖିଥିବା କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଧାୟକ ନିଜ କରକମଳରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ବିଭିନ୍ନ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ମୁରିବାହାଲ ବ୍ଲକର ମୋଟ ୨୨ଟି ପଞ୍ଚାୟତରେ ୩୩୦ ଜଣ ହିତାଧିକାରୀଙ୍କ ଆବାସ ଗୃହ ମଞ୍ଜୁର ହୋଇଥିବାବେଳେ ରବିବାର ୨୦୫ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ବିଧାୟକ ଶ୍ରୀ ବାଗ ଭିନ୍ନକ୍ଷମ ହିତାଧିକାରୀମାନେ ବସିଥିବା ସ୍ଥାନରୁ ଉଠିପାରିବା କଷ୍ଟ ହଉଥିବା ଦେଖି ବସିଥିବା ସ୍ଥାନକୁ ଯାଇ କାର୍ଯ୍ୟାଦେଶ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ଜିପିଇଓ ଗଙ୍ଗାଧର ଛତର, ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ, ପିଏ ରାଜସିଂ ବାବୁ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ, ଏଡିଇଓ, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ସାମିଲ ହୋଇଥିଲେ । ବିପିଏମ୍‌ ଡ଼ଃ ଗୋପାଳ କୃଷ୍ଣ ଦୀପ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିପିସି ରବୀନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.