oom

କର୍ପୋରେଟ୍‌ଙ୍କ ମୁନାଫା ପାଇଁ ଋଷିକୂଲ୍ୟାକୁ ମାରି ଦିଆନଯାଉ : ମେଧା ପାଟେକର

jsmm

ବ୍ରହ୍ମପୁର, (ରବି ରଥ) : ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ଧାରା । ବର୍ତ୍ତମାନ ସରକାରଙ୍କ ଚକ୍ରାନ୍ତ ଯୋଗୁ ପିପଳପଙ୍କାରେ ବନ୍ଧ ବାନ୍ଧି କମ୍ପାନୀଙ୍କୁ ପାଣି ଦିଅ । ଯିବାର ଯେଉଁ କମ୍ପାନୀସ୍ୱାର୍ଥ କାର୍ଯ୍ୟ ଚାଲିଛି, ତାହାର ପ୍ରତିବାଦ କରିବାକୁ ଜିଲ୍ଲାବାସୀ ଆଗଭର ହେବା ଉଚିତ ବୋଲି ଭାରତର ବିଶିଷ୍ଟ ପରିବେଶବିତ୍‌? ମେଧା ପାଟେକାର ବ୍ରହ୍ମପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆହ୍ୱାନ ଦେଇଛନ୍ତି । ଋଷିକୁଲ୍ୟା ବଞ୍ଚାଓ କ୍ରିୟାନୁଷ୍ଠନ କମିଟି ଓ ସେଣ୍ଟର ଫର କ୍ଳାଇମେଟ ଜଷ୍ଟିସର ମିଳିତ ଆନୁକୂଲ୍ୟରେ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସମ୍ୱିଧାନ ଶୀର୍ଷକ ସମ୍ପାନରେ ଯୋଗ ଦେଇ ମେଧା ଜୀ ପୃଥିବୀ ଓ ଭାରତରେ ବିଭିନ୍ନ ନଦୀ ଉପରେ ହୋଇଥିବା ବନ୍ଧ କିପରି ଆତ୍ମଘାତି ସାବ୍ୟସ୍ତ ହୋଇଛି, ନଦୀବନ୍ଧ କିପରି ଜୀବିକା, ସଭ୍ୟତା ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଚି, ତାହାର ବିଭିନ୍ନ ଉଦାହରଣ ଦେଇଥିଲେ । ଋଷିକୁଲ୍ୟା କୁ ବଞ୍ଚାଇବାକୁ ଏବେଠାରୁ ଆନ୍ଦୋଳନ ଜରିଆରେ, ଗାଁ ଗାଁରେ ସଭା ସମିତି ମାଧ୍ୟମରେ ଜନଜାଗରଣ କରିବାର ସମୟ ଉପନୀତ ବୋଲିକହିଥିଲେ । ନର୍ମଦା ବଞ୍ଚାଓ ଆନ୍ଦୋଳନର ଦୀର୍ଘ ଚାରି ଦଶନ୍ଧିର ସଂଘର୍ଷର ଇତିହାସକୁ ସ୍ମୃତିଚାରଣ କରିଥିଲେ । ଋଷିକୁଲ୍ୟା ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି ଆବାହକ ସୁଧୀର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ପନକୁ ବରିଷ୍ଠ ସାମ୍ୱାଦିକ ବିଘ୍ନେଶ୍ୱର ସାହୁ ସଂଯୋଜନା କରିଥିଲେ । ବିଶିଷ୍ଟ ପରିବେଶବିତ୍‌?? ପ୍ରଫୁଲ୍ଲ ସାମନ୍ତରା ନିଜ ଉଦବୋଧନରେ ନଦୀର ସୁରକ୍ଷା ଲାଗି କିପରି କାର୍ଯ୍ୟକ୍ରମ ସଂଘଠିତ କରାଯାଇ ଜିଲ୍ଲା ପ୍ରଶାସନର ଦୃଷ୍ଟିଆକର୍ଷଣ । କରାଯିବା ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ନେଇ ଦେଶତମାମ ସଫଳ ଆନ୍ଦୋଳନରେ ଲୋକଙ୍କ ସାମିଲ ହେବା ଗୁରୁତ୍ୱପୂର୍ଣ ବୋଲି କହିଥିଲେ । ଅନ୍ୟତମ ଆବାହକ ତଥା ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ ପିପଳପଙ୍କା ଅଂଚଳରେ ୨୩ଟି ଗ୍ରାମ ଯେଭଳି ଉଦବାସ୍ତୁ ହେବାକୁ ଯାଉଛନ୍ତି, ଡ୍ୟାମ ହେଲେ କିପରି ନଦୀକୂଳରେ ରହି ମଧ୍ୟ ଏକ ଅନାହୁତ ଅଶଙ୍କା କୁ ସାମ୍ନା କରିବାକୁ ଯାଉଛନ୍ତି, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡ଼ ବିଧୁପ୍ରଭା ରଥ ମହିଳା ମାନଙ୍କ ସାମିଲ ହେଲେ ଆନ୍ଦୋଳନର ସଫଳ ରୂପାୟନ ହେବା ନେଇ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ମେଧା ପାଟେକରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପୁରାତନ ସମ୍ବାଦପତ୍ର “ନବୀନ’ର ପ୍ରକାଶିକା ମଞ୍ଜୁ ରଥ, ସମ୍ପାଦକ ରବି ରଥ, ଅବସରପ୍ରାପ୍ତ କର୍ମଚାରୀ ଶିକ୍ଷକ ମହାସଂଘ ତରଫରୁ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଜୟ ବେହେରା, ଆମ ଆଦମି ଦଳର ଆଦିତ୍ୟ ରଥ, ଫୋରମ ଫର ଗଞ୍ଜାମର ସ୍ୱରାଜ୍ୟ ସୁବୁଦ୍ଧି, ଜେ, ସୁରେଶ, ରାଜେନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲ୍ଲା ଶିକ୍ଷକ ମହାସଂଘର ଅଶୋକ ଦଳାଇ, ନବୀନ ପତ୍ରିକାର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଉତ୍ତରୀୟ ପ୍ରଦାନ କରିଥିଲେ । ଆବାହକ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.