oom

ପର୍ଯ୍ୟଟନସ୍ଥଳି ରହେନଚୁଆଁ ମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଅଧିନସ୍ଥ ଖରାଲି ଗ୍ରାମ ନିକଟରେ ଅବସ୍ଥିତ ବ୍ରାହ୍ମଣୀ ପାହାଡ଼ ତଥା ରହେନଚୁଆଁ ମୁଣ୍ଡା ପର୍ଯ୍ୟଟନ ସ୍ଥଳୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ନେତୃତ୍ୱରେ ମାଲିଶିରା ସରପଞ୍ଚ ଦେବରାଜ ପାତ୍ର ଓ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମହାଦେବ ମନ୍ଦିର ସ୍ୱାମୀ ମୁରଲୀ ଧରାନନ୍ଦ ଚେରିଟେବୁଲ ଟ୍ରଷ୍ଟର ସମସ୍ତ ଟ୍ରଷ୍ଟିଙ୍କ ସହଯୋଗରେ ୧୦୦ ଗୋଟି ରୋୟାଲ ପାଲମ୍ ଗଛରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁମୁଡା ପାହାଡ଼ ସୁରକ୍ଷା ସମିତି ସଭାପତି ଉପେନ୍ଦ୍ର ବାଗ, ବରିଷ୍ଠ ସମାଜ ସେବୀ ଦେବାନନ୍ଦ ସାହୁ, ବରିଷ୍ଠ ବିଜେଡି ନେତା ଦିଲିପ କୁମାର ପୃଷ୍ଟି, ଦିଲିପ ମହାନ୍ତି, ପୂର୍ବତନ ମାଲିଶୀରା ସରପଞ୍ଚ କ୍ଷିତିପତି ମହାକୁର, ପୂର୍ବତନ ସରପଞ୍ଚ ଡୁଲାମଣି ବାଗ, ଟ୍ରଷ୍ଟି ସବ୍ୟସାଚୀ ବେହେରା, ଟ୍ରଷ୍ଟି କିଶୋର ବେହେରା, ଟ୍ରଷ୍ଟ ସମ୍ପାଦକ ପୁଲସ୍ତି ବେହେରା, ବଳିୟାର ସିଂମାଝୀ, ପତରଙ୍ଗୀ ମାଝୀ, ଲଳିତ ମୋହନ ମହାନ୍ତି, କଶ୍ୟପ ସରାଫ, ଦୁଃଖିଶ୍ୟାମ ବେହେରା, ତୁଷାର ବାଗ, ପୂର୍ଣ୍ଣଚନ୍ଦ୍ର ସାହୁ, ଚନ୍ଦ୍ର ବାଗ, ଦାମୋଦର ନାଗ, ପିଣ୍ଟୁ ଦୀପ, ତପନ ଦୀପ, ବରୁଣ ଲୁହା, ଶରତ ପୁଟେଲ, କ୍ଷୀରସାଗର ଧରୁଆ, ସୁଜିତ କୁମାର ବେହେରା, ରାମଚନ୍ଦ୍ର ମାଝୀ, ପ୍ରକାଶ ସାହୁ, ଦେବେନ୍ଦ୍ର ମେଲ୍ଲି, ବୃଷକେତୁ ଛତର, ତୀର୍ଥ ପଧାନ, ଖଗେଶ୍ୱର ପଧାନ, ମାଗଶିର ପଧାନ, ରାମୁ ନିଆଲ, ନେତ୍ର ମେର୍ଲିଙ୍କ ସହିତ ବହୁ ସଂଖ୍ୟାରେ ଟ୍ରଷ୍ଟ ସଦସ୍ୟ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.