ବିଜେପିର ମୂଲ୍ୟବୋଧ ଓ ସିଦ୍ଧାନ୍ତ ହିଁ ଏହାର ସ୍ଵତନ୍ତ୍ର ବୈଶିଷ୍ଟ : ସ୍ୱାସ୍ଥ୍ୟମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭାରତୀୟ ଜନତା ପାର୍ଟିର ମୂଲ୍ୟବୋଧ ଓ ସିଦ୍ଧାନ୍ତ ହିଁ ଏହାକୁ ଅନ୍ୟ ଦଳ ଠାରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଛନ୍ତି । ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ(ଖ) ଠାରେ ଆୟୋଜିତ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ମହାଲିଙ୍ଗ ଯୋଗଦେବା ଅବସରରେ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଐତିହାସିକ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ଉପ ସଭାପତି ଅଶୋକ ମିଶ୍ର ଯୋଗଦେଇ ବିଜେପିର ସଂଘର୍ଷମୟ ଇତିହାସ, ଦେଶସେବାରେ ଦଳର ଅବଦାନ ତଥା ଆଗାମୀ ଦୃଷ୍ଟିକୋଣ ଉପରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇ ବିଶ୍ଵଶାନ୍ତି ନିମିତ୍ତ ପୂଜାର୍ଚ୍ଚନା କରାଯାଇଥିଲା । ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୌରାଙ୍ଗ ନାଏକ, ସରୋଜ ସାହୁ, ପ୍ରଶାନ୍ତ ନାୟକ, ଅଜିତ ପଣ୍ଡା, ସୁନିଲ ଦାସ, ଲକ୍ଷ୍ମଣ ପାତ୍ର, ଦ୍ଵିତିକୃଷ୍ଣ ସେଲମା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.