oom

ପଶ୍ଚିମ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ମୂଳଦୁଆ ଥିଲେ କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ମୂଳଦୁଆ ଥିଲେ କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ । ତାଙ୍କର ତ୍ୟାଗପୂତ ଜୀବନ ଓ ସଂସ୍କୃତି ସମର୍ପିତ ପ୍ରାଣେତା ହିଁ ଆଜିର ଯୁବପିଢି ପାଇଁ ଉଜ୍ୱଳ ଆଲୋକର ବତୀଘର ସଦୃଶ୍ୟ ବୋଲି ମତ ପ୍ରକାଶ ପାଇଛି ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ଆନୁକୂଲ୍ୟରେ ସଂସ୍କାର ଭାରତୀର ବଲାଙ୍ଗିର ଶାଖା ଆୟୋଜନରେ ବଲାଙ୍ଗୀିର ଯାଦବ ଭବନଠାରେ ଅନୁଷ୍ଠିତ ଗୁରୁ ଭଗବାନ ସାହୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସର ଅନୁଷ୍ଠିତ ଆଲୋଚନାଚକ୍ରରେ । ସଂସ୍କାର ଭାରତୀର ପଶ୍ଚିମ ପ୍ରାନ୍ତ ମହାମନ୍ତ୍ରୀ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ପଶ୍ଚିମ ଓଡିଶାର ଭାଷା, କଳା ଓ ସଂସ୍କୃତି ଏବଂ ଗୁରୁ ଭଗବାନ ସାହୁ’ ଶୀର୍ଷକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଅତିଥି ବକ୍ତା ଭାବରେ ଡକ୍ଟର ଶ୍ରୀକର ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଚିତ୍ରଶିଳ୍ପୀ ତଥା ସଂସ୍କାର ଭାରତୀ ବଲାଙ୍ଗିର ଶାଖା ସଭାପତି ବାସୁଦେବ ମେହେର, କବି ସନ୍ଦୀପ କୁମାର କୁଅଁର ମଂଚାସୀନ ହୋଇ ଆଲୋଚନା କରିବା ସହ ଗୁରୁ ଭଗବାନ ସାହୁଙ୍କ ଶବ୍ଦ ନୃତ୍ୟକୁ ପ୍ରଚାର କରାଗଲେ ତାହାହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ମତ ଦେଇଥିଲେ । ଏହି ଅବସରରେ ଡକ୍ଟର ଶ୍ରୀକର ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବୟତ୍ରୀ ସବିତା ମହରା, କବୟତ୍ରୀ ଚୁମକି ଦାଶ ମିଶ୍ର, କବୟତ୍ରୀ ବାସନ୍ତୀ ମଂଜରୀ ହନୁମାନଙ୍କୁ ସମାଜସେବା, ଶିକ୍ଷା ଓ ସାହିତ୍ୟ ତଥା କବିତା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସବିତା ମହରା, ଚୁମକୀ ଦାସ, ଧର୍ମେନ୍ଦ୍ର ପ୍ରଧାନ, ବାସନ୍ତୀ ମଂଜରୀ ହନୁମାନ ଓ ଡକ୍ଟର ଭବାନୀ ଶଂକର ପଟେଲ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଖୁସି ସାଂସ୍କୃତିକ ଓ ଗବେଷଣା କେନ୍ଦ୍ରର କଳାକାରମାନେ ସୁନ୍ଦର ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ନୃତ୍ୟ ଶିଳ୍ପୀମାନଙ୍କର ଗୁରୁ ସୁଶ୍ରୀ ଜ୍ୟୋତିରେଖା ତ୍ରିପାଠୀଙ୍କୁ ସ୍ମୃତିଫଳକ ଦେଇ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭିକ ସଂଗୀତର ପରିବେଷଣ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନିସାର ଅହମ୍ମଦ ନିସାର । କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗିତା କରିଥିଲେ ବାସୁଦେବ ସା, କିଶୋର ଜାଲ ।

jittmm
Leave A Reply

Your email address will not be published.