jayashree

ମୂଲ୍ୟବୋଧଭିତ୍ତିକ ଶିକ୍ଷା ହିଁ ଶୃଙ୍ଖଳିତ ଚରିତ୍ର ଗଠନର ମୂଳଆଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୈତିକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ହିଁ କୋମଳମତି ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ଚରିତ୍ର ଗଠନର ମୂଳଆଧାର ଓ ତଦନୁଯାୟୀ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସେମାନଙ୍କୁ ପ୍ରାରମ୍ଭରୁ ଗଢ଼ି ତୋଳିବାକୁ ଏବଂ ପିଲାମାନେ ମଧ୍ୟ ସେହି ଅନୁସାରେ ଆପେ ଆପେ ସଜାଡିହେବାକୁ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ବିନୋଦ ପରମାଣିକ, ସହ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ମୂଲ୍ୟବୋଧଭିତ୍ତିକ ଦିଗଦର୍ଶନ ଦେଇଛନ୍ତି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପୋଷାକ ବିତରଣ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ନିକଟରେ ବିଦ୍ୟାଳୟରେ ୨ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ମିଳିଥିବାରୁ ଆନନ୍ଦରେ ବିଦ୍ୟାଳୟ ଓ କମିଟି ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ୧୭୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ଅତିଥି ମାନେ ଅତୀତର କଷ୍ଟ ଲବ୍ଧ ଶିକ୍ଷା ଓ ଆଜିର ସବୁ ସୁବିଧା ଭିତରେ ପ୍ରଦତ୍ତ ଶିକ୍ଷାର ଏକ ତୁଳନାତ୍ମକ ନୈତିକ ବିବରଣୀ ଉପସ୍ଥାପନା କରିଥିଲେ । ଏଥିରେ ଶିକ୍ଷକ ସୋମନାଥ ବେହେରା, ଟିକେଇ ଦଳାଇ, ମାନସ ରଞ୍ଜନ ସ୍ୱାଇଁ, ଅଜୟ ବେହେରା, ଶିକ୍ଷୟିତ୍ରୀ ପାପ୍ଲିନ୍ ପ୍ରଧାନ, ସତ୍ୟଭମା ବେହେରା, ପ୍ରିୟତ୍ତମା ସାହୁ, ରୋଜାଲିନ ମହାରଣା, କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ, ସଭ୍ୟ ଜିତେନ୍ଦ୍ର କୁମାର ସେଠୀ, ଦିଲ୍ଲୀପ ସାମନ୍ତରାୟ, ସଭ୍ୟା ଶକ୍ତିମୟୀ ପରିଡ଼ା, ରଜନୀ ବିବି, ଗୀତାଞ୍ଜଳି ପରିଡ଼ା, ଉଷାରାଣୀ ଜେନା, ସ୍ନେହଲତା ବିଶୋଇ, ରେଶମା ବେଗମ ପ୍ରମୁଖ ଯୋଗଦେଇ ଉତ୍ସାହିତ କରିଥିଲେ । ସହଯୋଗ ପାଇଁ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.