
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରମ୍ଭାର ଐତିହ୍ୟ, ସ୍ୱତନ୍ତ୍ରତା, କିମ୍ବଦନ୍ତୀ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ନିର୍ଧାରିତ ସମୟ ର ଏକ ଘଣ୍ଟାରୁ ଉର୍ଦ୍ଧ ବିଳମ୍ବରେ ମୁଖ୍ୟମନ୍ତ୍ରୀ ପହଂଚି ଥିଲେ । ଅସ୍ଥାୟୀ ହେଲିପାଡ ନିକଟରୁ ଅପେକ୍ଷା ରତ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳୀୟ ନେତା, ଅଫିସର ସମସ୍ତେ ତାଙ୍କୁ ସ୍ୱାଗତଂ ଜଣାଇଥିଲେ । ବାଦ୍ୟ ବାଜଣା ବଜାଇ ତାଙ୍କୁ ଉଦଘାଟନ ସ୍ଥଳକୁ ପାଛୋଟି ନିଆଯାଇଥିଲ । ମୁଖ୍ୟମନ୍ତ୍ରୀଙ୍କ ସହ ପରିବହନ, ବାଣିଜ୍ୟ, ଇସ୍ପାତ ମନ୍ତ୍ରୀ ବିଭୁତି ଜେନା, ଶିଳ୍ପ ମନ୍ତୀ ସମ୍ପଦ ସ୍ୱାଇଁ, ମସ୍ୟ ପଶୁପାଳନ ମନ୍ତୀ ଗୋକୁଳା ନନ୍ଦ ମଳିକ, ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଲୋକସେବକ ମଣ୍ଡଳ ରାଷ୍ଟ୍ରୟୀ ସମ୍ପାଦକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ କୋଷାଧକ୍ଷ ରାଜେନ୍ଦ୍ର ଜେନା, ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ଏହି ସଂଗ୍ରାମୀ ସ୍ମାରକୀ ପୀଠ ୪୧ଜଣ ସ୍ୱାଭିମାନୀ ଏକାଠି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହାର ଏକ ସ୍ୱତନ୍ତ୍ର ତା ରହିଛି । ମଧୁସୂଦନ ପୂର୍ଣ୍ଣାତତ୍ଵାବଧାନରେ ରମ୍ଭା ପେଲେସଠାରେ ସର୍ବ ପ୍ରଥମେ ଖଣ୍ଡ ବିଖଣ୍ଡିତ ଓଡ଼ିଆ ଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ଭାଷା ଭିତକ ରାଜ୍ୟ ଗଠନ କରିବା ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଏହିଠାରେ ମୂଳଦୁଆ ସ୍ଥାପନ ହୋଇଥିଲା । ଦକ୍ଷିଣା ଅଞ୍ଚଳର ଅନେକ ଜ୍ଞାନୀ, ଗୁଣି ଏକାଠି କରି ଏହି ପୁଣ୍ୟ ପବିତ୍ର ରମ୍ଭା ମାଟିରେ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସ୍ୱପ୍ନ ଦେଖିଥିଲେ । ତେଣୁ ଏହା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡ଼ି ଶାଳ ବୋଲି କୁହାଯାଏ । ଏହି ସମ୍ମିଳନୀରୁ ମଧୁ ବାବୁ ଙ୍କୁ ପ୍ରେରଣା ମିଳିଥିଲା । ଉତ୍କଳ ସମିଳନୀ ଗଠନ ପାଇଁ ବୋଲି ତଥ୍ୟ ରହିଛି ବୋଲି ଜଣାପଡିଛି । ଉଦଘାଟନ ପରେ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ରୂପେ ସତ୍ୟ କାମ ମିଶ୍ର, ପୂର୍ବତନ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ନିମେଇ ସ୍ୱାଇଁ, ସାନମାନିତା ଅତିଥି ଭାବେ ବେଲାଲ ସିଂ ଭୋଇ, ଡ଼ଃ ପ୍ରଭାତ ତ୍ରିପାଠୀ ଉତ୍କଳ ସ୍ୱାଭିମାନ ମଞ୍ଚର ସମ୍ପାଦକ, ସମାଜସେବୀ ସୁବାଷ ପଣ୍ଡା ପ୍ରମୁଖ ରହିଥିବା ବେଳେ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ମହେଶ୍ୱର ବରଡ଼, ପ୍ରସାଦ ରାଓ ପୃଷ୍ଟି, ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।