ସହର ମଝିରେ ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହର ମଧ୍ୟରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଯାଇଛି । ବର୍ଦ୍ଧିତ ଜନ ସଂଖ୍ୟା ସାଧାରଣ ଆଧାରରେ ପାଇକମାଲ ପ୍ରଶାସନ ସହର ମଧ୍ୟରେ ରାସ୍ତାକୁ ପ୍ରଶସ୍ତି କରଣ କରାଯାଇ ନାହିଁ । ଫଳରେ ଅନର୍ଗଳ ଟ୍ରାଫିକ ସମସ୍ୟା ପାଇକମାଲ ମୁଖ୍ୟଛକରେ ଲାଗି ରହୁଛି । ସହରରେ ଅନେକ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ଚୁପ ରହିବା ପରିତାପର ବିଷୟ ପାଳଟିଛି । ବର୍ତ୍ତମାନ ବିଜୁ ଏକ୍ସପ୍ରେସ ୱେର ପୁରୁଣା ୟୁକୋ ବ୍ୟାଙ୍କ ସମ୍ମୁଖ ବସ୍ତିରେ ଲାଗି ରହିଛି ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର । ଏହି ରାସ୍ତାରେ ବହୁ ଲୋକଙ୍କର ବିଜୁ ଏକ୍ସପ୍ରେସ ୱେରେ ଯିବା ଆସିବା ଲାଗି ରହିବା ସତ୍ତ୍ୱେ ଏହି ଟ୍ରାନ୍ସଫର୍ମର ଏହି ପଡା ବାସିନ୍ଦା ପାଇଁ ବିପଦ ପୂର୍ଣ୍ଣ ହୋଇଛି । ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି ପାଇଁ ଟ୍ରାନ୍ସଫର୍ମର ଟିକୁ ହଟାଯାଇ ପାରୁନାହିଁ । କେଜାଣି କେତେ ବେଳେ ଏହି ଟ୍ରାନ୍ସଫର୍ମରରୁ ବିପଦ ଆସିବ ଅପେକ୍ଷା କରିଛନ୍ତି ବିଦ୍ୟୁତ୍‌ ବିଭାଗ । ଲୋକଙ୍କ ଧନ ଜୀବନ ନଷ୍ଟ ହେଲେ ଚେତା ପଶିବ ବିଦ୍ୟୁତ୍‌ ବିଭାଗକୁ । ଏହି ପଡାବାସୀ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଲୋକଙ୍କର ଅସୁବିଧାକୁ ବୁଝିପାରୁ ନାହିଁ ବିଦ୍ୟୁତ୍‌ ବିଭାଗ ପ୍ରଶାସନ । ଟ୍ରାନ୍ସଫର୍ମରକୁ ଲାଗି ରହିଥିବା ୧୦ ଗୋଟି ପରିବାର ସହିତ ରାସ୍ତାରେ ଯିବା ଆସିବା ଲୋକଙ୍କ ପାଇଁ ବିପଦ ସାଜିଛି । ଏଣୁ ପ୍ରଶାସନ ଅଞ୍ଚଳରେ ଜନସାଧାରଣ ଏହି ଟ୍ରାନ୍ସଫର୍ମରକୁ ତୁରନ୍ତ ନିରାପଦ ସ୍ଥାନରେ ସ୍ଥାନିତ କଲେ ପାଇକମାଲ ଜନସାଧାରଣ ଉପକୃତ ହେବେ ଜନସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.