ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ : ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ ଏଆଇ କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ”

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ମନୋରଞ୍ଜନ ଦୁନିଆରେ ଏକ ନୂତନ କ୍ରାନ୍ତିର ଆରମ୍ଭ ହୋଇଛି । ଆଧୁନିକ ଜ୍ଞାନକୌଶଳ ଏବଂ ମାନବୀୟ ସୃଜନଶୀଳତାର ଅପୂର୍ବ ମିଶ୍ରଣରେ ପ୍ରସ୍ତୁତ ହୋଇଛି ଓଡ଼ିଶାର ସର୍ବପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ” । ​’ଓଲି ପ୍ଲସ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ନିର୍ମାଣ କରାଯାଇଛି, ଯାହା ଓଡ଼ିଶାରେ ପ୍ରଥମ । ଏହାର ପରିକଳ୍ପନା ଓ ନିର୍ମାଣ ଯୁବ ପ୍ରତିଭା ଶୁଭ୍ରକାନ୍ତ ସାହୁଙ୍କ ଦ୍ୱାରା କରାଯାଇଛି । ​ଏହି ଫିଲ୍ମ ସମ୍ପର୍କରେ ଶୁଭ୍ରକାନ୍ତ କହିଛନ୍ତି, “ଏହା କେବଳ ଏକ ଫିଲ୍ମ ନୁହେଁ, ବରଂ ଓଡ଼ିଆ ସିନେମା ପାଇଁ ଏକ ପରୀକ୍ଷାମୂଳକ ପ୍ରୟାସ । ଏଆଇ ଏବଂ ମଣିଷର ଭାବନାକୁ ଏକାଠି କରି ଆମେ ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଛୁ । ଏହି ନିଆରା ପ୍ରୋଜେକ୍ଟରେ ବିଶେଷ ସହଯୋଗ କରିଛନ୍ତି ବିଶ୍ୱଜିତ୍ ଦାଶ, ସୌମ୍ୟ ବଳ, ମନୋରଞ୍ଜନ ଓଝା ଏବଂ ଲକ୍ଷ୍ମୀନାରାୟଣ । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସ୍ୱପ୍ନ ସାକାର ହୋଇପାରିଛି । ​ଫିଲ୍ମଟି ବର୍ତ୍ତମାନ ଓଲି ପ୍ଲସ୍ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିସାରିଛି ଏବଂ ଦର୍ଶକଙ୍କ ମହଲରେ ବେଶ୍ ଆଦୃତ ହେଉଛି । ଯଦି ଆପଣ କିଛି ନୂଆ ଏବଂ ଭିନ୍ନ ସ୍ୱାଦର କାହାଣୀ ଦେଖିବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଶ୍ଚୟ ଦେଖନ୍ତୁ ବୋଲି ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.