ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ଗ୍ରସ୍ତକୁ ଭାରତୀୟ ଜନତା ପାର୍ଟି ତୀବ୍ର ବିରୋଧ କରିବ ବୋଲି ଆଜି ପଦ୍ମପୁର ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଚେତାବନୀ ଦେଇଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଏବଂ ଗୋବିନ୍ଦ କୁମ୍ଭାର ଜେଲ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟରେ ଜନ ଅସନ୍ତୋଷ ଦେଖା ଦେଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପରହି ଦୋଷୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା । ସମଗ୍ର ଘଟଣାରୁ ଲୋକଙ୍କ ନଜର ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି । ଆସନ୍ତା ତା ୧୩/୧୧ ବରଗଡ ଜିଲ୍ଲା ଗସ୍ତରେ ଆସୁଥିବାର ଜଣାପଡିଛି । ତେଣୁ ବିଜେପିର ଜରୁରୀ ବୈଠକ ଅନୁଷ୍ଠିତ ହୋଇ ତାଙ୍କ ଗସ୍ତକୁ ପଦ୍ମପୁରରେ ତୀବ୍ର ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପ୍ରୀତେଶ ବହିଦାର, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ଶ୍ରୀକାନ୍ତ ପାଣିଗ୍ରାହୀ, ଅଶୋକ ମିଶ୍ର, ସୌକିଲାଲ ସାହା, ବାସୁଦେବ ପାଣିଗ୍ରାହୀ, ସତ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।