om academy

ମୁମ୍ବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌, ୧୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୧୩ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି । ୧୪ରେ ମୁମ୍ବାଇର ନରିମନ୍ ପଏଣ୍ଟରେ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଆମନ୍ତ୍ରଣ କରିବା ପରେ ୧୫ରେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୧ରେ ନୂଆଦିଲ୍ଲୀଠାରେ ଆୟୋଜିତ ‘ଇନଭେଷ୍ଟର ମିଟ୍’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ଓଡ଼ିଶାରେ ଶିଳ୍ପଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଅଧିକ ପୁଞ୍ଜିନିବେଶ ଲାଗି ୧୬ଟି ରାଷ୍ଟ୍ରର ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଥିଲେ । ସେଠାରୁ ୬ଦିନିଆ କାର୍ଯ୍ୟକ୍ରମ ସାରି ନିକଟରେ ଫେରିଥିବା ବେଳେ ଏବେ ମୁମ୍ବଇ ଗସ୍ତରେ ଯିବେ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ ଅନୁଷ୍ଠିତ ହେବାକୁ ରହିଛି ।

Leave A Reply

Your email address will not be published.