ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସିଦ୍ଧ ଭୈରବୀ ପୀଠ ମନ୍ତ୍ରୀଡି ପଞ୍ଚାୟତ ଅଧୀନସ୍ଥ ପାଲୁର୍ ହିଲ୍ ଗ୍ରାମରେ ବିଶାଳ ଆଧ୍ୟାତ୍ମିକ ସମାବେଶ, ଦୀର୍ଘତ୍ତମ ଶ୍ରୀ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଅବସରରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ବିଧିବଦ୍ଧ ଭାବେ ପାଳନ ହୋଇଆସୁଛି । ଏହା ପାଞ୍ଚଦିନ ବ୍ୟାପି ପାଳିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଉକ୍ତ ଗ୍ରାମରେ ଥିବା ଶୈବପୀଠ, ରାଧାକୃଷ୍ଣ ମନ୍ଦିର ଏବଂ ନବନିର୍ମିତ ହନୁମାନ ଜୀଉଙ୍କ ପୀଠଠାରେ ହଜାର ହଜାର ଭକ୍ତ ଗୋଷ୍ଠୀଙ୍କ ସମାଗମ ହୋଇ ଭକ୍ତି ଭାବପୂର୍ଣ୍ଣ ତଥା ହରିନାମ ସଂକୀର୍ତ୍ତନରେ ମୁଖରୀତ ହୋଇଉଠିଛି । ଯାହାକି ଆଖପାଖ ଅଞ୍ଚଳ ଗଗନ ପବନରେ ଉଚ୍ଛୁଳି ପଡ଼ିଛି । ଚଳିତ ମଙ୍ଗଳବାର ଦିନ ମଧ୍ୟାହ୍ନ ସୁଦ୍ଧା ଏହି ଯଜ୍ଞ-ଉତ୍ସବ ସମାହିତ ହେଵ ବୋଲି ଉତ୍ସବ କମିଟି ପକ୍ଷରୁ କୁହାଯାଇଛି ।