ମୋଟର ସାଇକେଲରୁ ଖସିପଡ଼ି ମା’ଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଛୋଟ ଝିଅ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ଗୋଛାପଡା କୌଣସି କାମରେ ଫୁଲବାଣୀ ସାହି ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତି, ତାଙ୍କ ସ୍ତ୍ରୀ କିରଣବାଳା ପଟ୍ଟନାୟକ ଏବଂ ଝିଅ ଯାଉଥିବା ବେଳେ ଲୋହରାସାହି ନିକଟରେ ଦିଲ୍ଲୀପଙ୍କ ସ୍ତ୍ରୀ ଆପାଚି ମୋଟର ସାଇକେଲରୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଏକ ଅଟୋ ରିକ୍ସା ଯୋଗେ ଆଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୌଭାଗ୍ୟ କ୍ରମେ ସେ ଧରିଥିବା ଦେଢ ବର୍ଷର ଝିଅକୁ କୌଣସି ଆଘାତ ଲାଗିନାହିଁ । ଦିଲ୍ଲୀପଙ୍କ ଭାଇ ଶ୍ରୀକାନ୍ତଙ୍କ ଏତଲା ଆଧାରରେ ଗୋଛାପଡା ଥାନାରେ ଏ ନେଇ ୧୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୂନୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମାତ୍ର ୨ ବର୍ଷ ତଳେ କିରଣବାଳା ଓ ଦିଲ୍ଲୀପଙ୍କ ବିବାହ ହୋଇଥିଲା । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ସୁଶୀଲ କୁମାର ବେହେରା କହିଛନ୍ତି ।

Leave A Reply

Your email address will not be published.